ବର୍ଷାରେ ଭାଙ୍ଗିଲା ଘର: ସମ୍ପର୍କୀୟଙ୍କ ଘରେ ଆଶ୍ରୟ

କୁଚିଣ୍ଡା,୨୫ା୯(ବିରଞ୍ଚି ଦର୍କା): ଲଗାଣ ବର୍ଷାରେ ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ କୁନ୍ତରା ଗ୍ରାମର ଦଶରଥ ଭଇଁଷାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଘଟଣା ଦିନରେ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ପରିବାର ଲୋକେ ବର୍ତ୍ତିଯାଇଛନ୍ତି। ଅନ୍ୟପକ୍ଷେ ପରିବାର ଲୋକେ ଅସହାୟ ଅବସ୍ଥାରେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ରାଜସ୍ବ ବିଭାଗ ଘଟଣାର ତଦନ୍ତ କରି ତୁରନ୍ତ ଦଶରଥଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share