ଅଗ୍ନିକାଣ୍ଡରେ ୨ ପରିବାର ସର୍ବସ୍ବାନ୍ତ

ରାସୋଳ, ୨୧।୧(ଡି.ଏନ୍‌.ଏ.): ହିନ୍ଦୋଳ ବ୍ଲକ ରାସୋଳ ଥାନା ବୁହାଳିପାଳ ଗ୍ରାମ ବାଲିପଶି ସାହିରେ ଗୁରୁବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ଏହାର କାରଣ ଜଣାପଡ଼ିନାହିଁ। ରସାନନ୍ଦ ପ୍ରଧାନ (୮୦) ଏବଂ ସଂଯୁକ୍ତା ପ୍ରଧାନ (୪୫)ଙ୍କ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିବାବେଳେ ସମ୍ପୃକ୍ତ ପରିବାର ସର୍ବସ୍ବ ହରାଇଛନ୍ତି। ରାସୋଳ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। କୁନୁଆ ରାଜସ୍ବ ନିରୀକ୍ଷକ ଅମରେନ୍ଦ୍ର ଶତପଥୀ ଶୁକ୍ରବାର ସକାଳେ ବିପନ୍ନ ପରିବାରକୁ ଭେଟି ପଲିଥିନ୍‌ ଯୋଗାଇ ଦେଇଛନ୍ତି। ଏବେ ଶୀତ ସାଙ୍ଗକୁ ହାତୀ ଭୟ ଲାଗି ରହିଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Share