Advertisement

ନିଆଁ ଲାଗି ଜଳିଗଲା ଘର: ୩ ଆହତ

ସୁନ୍ଦରଗଡ଼,୩।୮: ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରେ ଶନିବାର ଏକ ଅଗ୍ନିକାଣ୍ଡ ଘଟିଛି। ଶର୍ଟ ସର୍କିଟରୁ ଘରେ ନିଆଁ ଲାଗିଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ଘରେ ଉପସ୍ଥିତ ଥିବା ୩ଜଣ ଆହତ ହୋଇଛନ୍ତି।

ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଘରେ ନିଆଁ ଲାଗି ୨ଟି ରୋଷେଇ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ନିଆଁ ବ୍ୟାପି ଘରର ଚାରିଆଡେ ବ୍ୟାପି ଯାଇଥିଲା। ଖବର ପାଇଁ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share