Categories: ରାଜ୍ୟ

‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ବିଧାନସଭା ଗୃହ କମିଟି’

ଭୁବନେଶ୍ବର,୮।୪(ବ୍ୟୁରୋ): ବିଧାନସଭା ଗୃହ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ। ଖୁବଶୀଘ୍ର ଏହି କମିଟି ବୈଠକ ଡକାଯିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ଆଇନ ସଚିବ, ପୂର୍ତ୍ତ ସଚିବ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହେବ। ଏ ନେଇ ବାଚସ୍ପତି ସୂଯର୍ର୍‌ୟ ନାରାୟଣ ପାତ୍ର ଶୁକ୍ରବାର ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ପ୍ରକଳ୍ପରେ ବେଆଇନ କାର୍ଯ୍ୟ ହେଉଥିବା ନେଇ ପ୍ରଥମେ ସାମାଜିକ କର୍ମୀମାନେ ଦାବି କରିଥିବାବେଳେ ଅନେକ ନେତା ମଧ୍ୟ ପ୍ରକଳ୍ପର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏବେ ପ୍ରକଳ୍ପକୁ ନେଇ ହାଇକୋର୍ଟ ଜବାବ ତଲବ କରିଛନ୍ତି। ପ୍ରକଳ୍ପ ବନ୍ଦ ପାଇଁ ହୋଇଥିବା ମାମଲା ଆଧାରରେ ଜବାବ ତଲବ ହୋଇଛି । ବିଶେଷକରି ୩ଟି ପ୍ରସଙ୍ଗରେ ଜବାବ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share