Categories: ଫୁରସତ

ଘର ବିକି ପ୍ଲାଷ୍ଟିକ ସର୍ଜରି କଲେ

ଫୋଇନିକ୍ସ: ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ। ସେଥିପାଇଁ ଅନେକେ ଟଙ୍କା ଖର୍ଚ୍ଚ କରୁଥିବା ଦେଖିବାକୁ ମଧ୍ୟ ମିଳୁଛି। ନିକଟରେ ଜଣେ ୫୦ ବର୍ଷୀୟା ସବୁଦିନ ପାଇଁ ଯୁବା ଦେଖାଯିବାକୁ ନିଜ ଘର ବିକି ଦେଇଥିବା ଜଣାପଡ଼ିଛି। ଏରିଜୋନାର ବାସିନ୍ଦା କେଲି ବେସ୍ଲି ତାଙ୍କ ପ୍ଲାଷ୍ଟିକ ସର୍ଜରି ପାଇଁ ୧୪ ହଜାର ଡଲାର ଅର୍ଥାତ୍‌ ୧୧ ଲକ୍ଷ ଟଙ୍କା ଯୋଗାଡ କରିବାକୁ ଯାଇ ତାଙ୍କ ୩ଟି ବେଡରୁମ୍‌ ଥିବା ଘର ବିକ୍ରି କରିଦେଇଛନ୍ତି। ତାଙ୍କ ଚେହେରାକୁ ସେ ସୁନ୍ଦର ଦେଖିବାକୁ ଚାହୁଁଥିଲେ। ସେଥିପାଇଁ ସେ ତାଙ୍କ ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଲେ। ପ୍ଲାଷ୍ଟିକ୍‌ ସର୍ଜରି କରିବା ପରେ ତାଙ୍କୁ ଏକ ସୁନ୍ଦର ଚେହେରା ମିଳିଗଲା। ତେବେ ସେ ପ୍ଲାଷ୍ଟିକ ସର୍ଜରିକୁ ଉପଦେଶ ଦେବା ସହ ତାକୁ ନେଇ ଲୋକେ ଗର୍ବ କରନ୍ତୁ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସେ ୧୫ ବର୍ଷ ବୟସରୁ ହିଁ ଏକ ଇଞ୍ଜେକ୍ସନ ନେବା ଆରମ୍ଭ କରିଥିଲେ, ଯାହା ଫଳରେ ତାଙ୍କ ଚେହେରାର ସୁନ୍ଦରତା ବଜାୟ ରହିବ। ହେଲେ ସେଥିରେ ସେ ସନ୍ତୁଷ୍ଟ ନ ହେବାରୁ ପ୍ଲାଷ୍ଟିକ ସର୍ଜରି କରିବାକୁ ନିଷ୍ପତ୍ତି ନେଇଥିଲେ।

Share