Categories: ଫୁରସତ

ଝିଣ୍ଟିକା ପରି ଘର

ଏଇ ଫଟୋକୁ ଦେଖି ଲାଗୁଥିବ ଏତେ ବଡ଼ ବଡ଼ ଝିଣ୍ଟିକା କୋଉଠୁ ଆସିଲା। କିନ୍ତୁ ପ୍ରକୃତରେ ଏହା ଝିଣ୍ଟିକା ନୁହେଁ, ବରଂ ଏକ ଘର। ଦକ୍ଷିଣ କୋରିଆ ଜିଓଙ୍ଗସିଓନ, ଗୁଜିଓଲରି ଟ୍ରେନ୍‌ ଷ୍ଟେଶନ୍‌ ନିକଟସ୍ଥ ଔରାଜି ରେଲ ବାଇକ୍‌ ରୁଟ୍‌ରେ ଅଛି ଏହି ଅଜବ ଘର। ପ୍ରକୃତରେ ଏହା ‘ଗ୍ରାସହପର୍‌ସ ଡ୍ରିମ’ ନାମକ ଏକ ରେଷ୍ଟୁରାଣ୍ଟ। ଟ୍ରେନ ବଗିରେ ତିଆରି ଏହି କାଫେକୁ ଦେଖିଲେ ଲାଗେ ଦୁଇଟି ବଡ଼ ବଡ ଝିଣ୍ଟିକା ଗୋଟିକ ଉପରେ ଗୋଟିଏ ଅଛି । ଏହି ଝିଣ୍ଟିକାର ବଡ ବଡ ଗୋଡ ଓ ଆଣ୍ଟିନା ବି ଅଛି। ରାତିରେ ଇନସେକ୍ଟ ଥିମ୍‌ର ଏହି କାଫେ ଏହାର ତଳଭାଗରେ ଲଗାଯାଇଥିବା ଲାଇଟ୍‌ ଦ୍ୱାରା ଝଲସି ଉଠେ।

Share