୩୦ କୋଟି ଟଙ୍କାର ଘର କିଣିଲେ ରାମ ଚରଣ

ମୁମ୍ବାଇ: ଆରଆରଆର ମୁଭିର ଆକ୍ଟର ରାମ ଚରଣ ତଥା ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ରାମ ଚରଣ ଏବେ ଖୁବ ଚର୍ଚ୍ଚାରେ। ଦୀର୍ଘ ୧୧ ବର୍ଷ ପରେ ପିତା ହୋଇଥିବା ଏହି ଅଭିନେତା ଏବେ ଏକ ଲଗ୍ଜରି ବଙ୍ଗଳା କିଣି ପୁଣି ଆସିଛନ୍ତି ଚର୍ଚ୍ଚାକୁ।
ସାଉଥ ଷ୍ଟାର ରାମ ଚରଣ ତାଙ୍କ ପତ୍ନୀ ଉପାସନା କାମିନେନିଙ୍କ ସହ ମିଶି ନିକଟରେ ହାଇଦ୍ରାବାଦରେ ଏକ ନୂଆ ଘର କିଣିଛନ୍ତି। ଏହି ନୂଆ ଘର ଖୁବ୍‌ ସୁନ୍ଦର ହୋଇଥିବା କୁହାଯାଉଛି।

ଅଭିନେତାଙ୍କ ଏହି ଘର ହାଇଦ୍ରାବାଦର ଜୁବଲି ହିଲ୍ସରେ ଅବସ୍ଥିତ। ଏହା ଏକଦମ ମର୍ଡନ ଷ୍ଟାଇଲରେ ନିର୍ମାଣ କରାଯାଇଛି। ଏହାକୁ ପ୍ରସିଦ୍ଧ ଡିଜାଇନର ତରୁଣ ତହଲିୟାନି ଡିଜାଇନ କରିଛନ୍ତି।
ଓସ୍କାର ଓ୍ବିନର ମୁଭି ଆରଆରଆରର ଆକ୍ଟର ରାମ ଚରଣଙ୍କ ଏହି ଘର ୨୫ ହଜାର ବର୍ଗ ଫୁଟରେ ତିଆରି କରାଯାଇଛି। ଏଥିରେ ସେ ତାଙ୍କ ପରିବାର ସହ ରହୁଛନ୍ତି। ଏଥିରେ ଜିମ ସହ ବହୁ ଅତ୍ୟାଧୁନିକ ସୁବିଧା ଥିଲେ ବି ପରମ୍ପରାକୁ ଭୁଲି ନାହାନ୍ତି ଅଭିନେତା। ଏହା ଆଧୁନିକତା ସହ ପରମ୍ପରାର ସଙ୍ଗମ ବୋଲି କୁହାଯାଉଛି।
ଏଥିରେ ଗ୍ରିନେରିକୁ ବିଶେଷ ଧ୍ୟାନ ଦିଆଯାଇଛି। ଏହି ବଙ୍ଗଳାରେ ଏକ ବଡ ଗାର୍ଡନ ଥିବା ବେଳେ ଇଣ୍ଟରିୟରେ ବି ଗ୍ରୀନେରିକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିରେ ଏକ ସୁନ୍ଦର ପୂଜା ଘର ରହିଛି। କୁହାଯାଉଛି କି ରାମଚରଣ ଓ ଉପାସନାଙ୍କର ହାଇଦ୍ରାବାଦର ଏହି ଘରକୁ ୩୦ କୋଟି ଟଙ୍କାରେ କ୍ରୟ କରାଯାଇଛି। ଏବେ ରାମ ଚରଣଙ୍କ ନେଟଓ୍ବର୍ଥ ପ୍ରାୟ ୧,୩୫୦ କୋଟି ହୋଇଥିବା ବେଳେ ଉପାସନାଙ୍କ ନେଟଓ୍ବର୍ଥ ୧,୨୦୦ କୋଟି ପାଖାପାଖି।

 

Share