
ଜୁନାଗଡ଼,୧୫ା୨(ଅଂଶୁମାନ ଯୋଶୀ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ପଞ୍ଚାୟତ ମହୁଲପଡ଼ାରେ ନିଆଁ ଲାଗି ୩ପରିବାରଙ୍କ ଘର ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାର ହେଲେ ଭୋକରଧନ ନାଏକ, ବାଳକୃଷ୍ଣ ଦୁର୍ଗା ଓ ସୁନା ମାଝୀ। ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ଲୋକେ ମଜୁରି କରିବାକୁ ବାହାରକୁ ଯାଇଥିଲେ। ଅପରାହ୍ନରେ ସେମାନେ ଫେରିବା ପରେ ଘରଗୁଡିକ ଜଳିଯାଇଥିବା ଦେଖିବାକୁ ପାଇଥିଲେ।
ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଖାଦ୍ୟସାମଗ୍ରୀ ଓ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ଏହାକୁ ନେଇ ସେମାନେ ଚିନ୍ତିତ ହୋଇପଡିଛନ୍ତି। ତେବେ କେଉଁ କାରଣରୁ ଘରେ ନିଆଁ ଲାଗିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ବି ସ୍ପଷ୍ଟ ଜଣାପଡିନାହିଁ। ଜିଲା ପ୍ରଶାସନ ଏହି ୩ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ ପାଇଁ ପଡ଼ାବାସୀ ଦାବି କରିଛନ୍ତି।