Categories: ଜାତୀୟ

ଘର କଳି ପଦାରେ, ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେବାକୁ କଂଗ୍ରେସରେ କେହି ନାହାନ୍ତି…

ନୂଆଦିଲ୍ଲୀ,୨।୧୦: କଂଗ୍ରେସର ଘର କଳି ଏବେ ପଦାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଏବେ ମୁହଁ ଖୋଲିବାରେ ଲାଗିଛନ୍ତି। ପୂର୍ବରୁ ଦଳର ଅସନ୍ତୁଷ୍ଟ ୨୩ଙ୍କ ମଧ୍ୟରୁ କପିଲ ସିବଲ ମୁହଁ ଖୋଲିଥିଲେ। ଏବେ ପଞ୍ଜାବରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସର ବରିଷ୍ଠ ନେତା ନଟଓ୍ବର ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ବାନ ଦେବା ଭଳି କଂଗ୍ରେସରେ କେହି ନାହାନ୍ତି।

ରାହୁଲ ଗାନ୍ଧୀ ସମେତ ଦଳର କୌଣସି ନେତା ମୋଦିଙ୍କ ସମକ୍ଷକ ନୁହନ୍ତି। ଏଭଳି କହିବା ସହିତ ନଟଓ୍ବର ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ ସେ ଏଭଳି କହିଛନ୍ତି। ରାହୁଲ ମୋଦିଙ୍କ ମୁକାବିଲା କରି ପାରିବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ନଟଓ୍ବର ଏହା କହିବା ସେ ପ୍ରଧାନମନ୍ତ୍ରୀଙ୍କୁ ଜଣେ ମନରେ ଭୟ ନ ଥିବା ବକ୍ତା ବୋଲି କହିଛନ୍ତି। ଦେଶରେ କଂଗ୍ରେସର ନେତୃତ୍ୱ ଦୁର୍ବଳ ହେଉଥିବା ନେଇ ସେ ଗାନ୍ଧୀ ପରିବାରକୁ ଦାୟୀ କରିଛନ୍ତି।

Share