ବାଇଡେନ୍‌ଙ୍କ ବିରୋଧରେ ମହାଭିଯୋଗ, ତଦନ୍ତକୁ ହାଉସ୍‌ ଅଫ୍‌ ରିପବ୍ଲିକାନ୍‌ର ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଦୀର୍ଘଦିନରୁ ରହିଥିବା ଅସଦାଚରଣ ଅଭିଯୋଗର ଏପର୍ଯ୍ୟନ୍ତ ପ୍ରମାଣ ଦାଖଲ ହୋଇ ନାହିଁ। ରିପ୍ଲିକାନ୍‌ ସଦସ୍ୟମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ମହାଭିଯୋଗର ତଦନ୍ତ ପାଇଁ କରିଥିବା ଦାବିକୁ ବୁଧବାର ହାଉସ୍‌ ଅଫ୍‌ ରିପବ୍ଲିକାନ୍‌ ଅନୁମୋଦନ କରିଛି। ସମୁଦାୟ ହାଉସ୍‌ ରିପବ୍ଲିକାନ୍‌ ସମ୍ମିଳନୀରେ ୨୨୧-୨୧୨ ଭୋଟରେ ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ ମିଳିଛି।

ସମ୍ବିଧାନ ଅନୁଯାୟୀ ଏହା ଗୁରୁତର ଅପରାଧ ହୋଇଥିବାରୁ ସିନେଟ ବିଚାରରେ ବାଇଡେନ୍‌ ଦୋଷୀସାବ୍ୟସ୍ତ ହେଲେ ତାଙ୍କୁ ରାଷ୍ଟ୍ରପତି ପଦ ହରାଇବାକୁ ପଡ଼ିପାରେ। ଅନ୍ୟପକ୍ଷରେ ସେ ଓ ତାଙ୍କ ପରିବାର ବିରୋଧରେ ତଦନ୍ତ ନିମନ୍ତେ ଅନୁମୋଦନ କରିବାରେ ହାଉସ୍‌ ଅଫ୍‌ ରିପବ୍ଲିକାନ୍‌ର ପ୍ରାଥମିକତାକୁ ନେଇ ବାଇଡେନ୍‌ ପ୍ରଶ୍ନ ଉଠାଇଛନ୍ତି। ସେମାନେ ଆମେରିକୀୟମାନଙ୍କ ଉନ୍ନତିରେ ସହାୟକ ହେଲା ଭଳି କିଛି କରିବା ପରିବର୍ତ୍ତେ ମିଥ୍ୟା ଅଭିଯୋଗ ଆଣି ମୋତେ ସମାଲୋଚିତ କରିବାକୁ ଫୋକସ୍‌ କରୁଥିବା ରାଷ୍ଟ୍ରପତି କହିଛନ୍ତି।

ବାଇଡେନ୍‌ ପୁନର୍ବାର ରାଷ୍ଟ୍ରପତି ନିର୍ବାଚିତ ହେବା ଲାଗି ଲକ୍ଷ୍ୟ ରଖିଥିବାବେଳେ ମହାଭିଯୋଗର ତଦନ୍ତ ବହୁମାସ ଧରି ଚାଲିବା ଦ୍ୱାରା ସେ ଅସୁବିଧାରେ ପଡ଼ିବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨ ଥର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଥର ମହାଭିଯୋଗ ତଦନ୍ତର ସମ୍ମୁଖୀନ ହୋଇଥିଲେ। ତେଣୁ ସେ ବାଇଡେନ୍‌ଙ୍କୁ ଅଡୁଆରେ ପକାଇବା ଲାଗି ତାଙ୍କ ରିପବ୍ଲିକାନ ସହଯୋଗୀମାନଙ୍କୁ ଲଗାଇଦେଇଥିବା କୁହାଯାଉଛି।

Share