ଭାରତର ସ୍ବାଧୀନତା ଦିବସକୁ ଆମେରିକାରେ ବି ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯିବ

ଓ୍ବାଶିଂଟନ,୮।୮: ଭାରତର ସ୍ବାଧୀନତା ଦିବସ ଖୁବ ଶୀଘ୍ର ଆମେରିକାରେ ଏକ ଜାତୀୟ ଦିବସ ଭାବେ ପାଳନ କରାଯାଇପାରେ। ସାଂସଦ ଶ୍ରୀ ଥାନେଦରଙ୍କ ନେତୃତ୍ୱରେ ଏକ ଭାରତୀୟ-ଆମେରିକୀୟ ସାଂସଦ ଆମେରିକାର ସଂସଦର ନିମ୍ନ ଗୃହରେ ଲୋକ ସଭାରେ ଭାରତର ସ୍ବାଧୀନତା ଦିବସକୁ ବିଶ୍ୱର ଦୁଇଟି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଜାତୀୟ ଦିବସ ରୂପେ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ସଂକଳ୍ପରେ କୁହାଯାଇଛି ଯେ ଆମେରିକା ଏବଂ ଭାରତ ମଧ୍ୟରେ ଦୃଢ ସହଭାଗୀତା, ଯାହା ଉଭୟ ଦେଶର ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧରେ ରହିଛି, ବିଶ୍ୱ ଗଣତନ୍ତ୍ର ଏବଂ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରଖିବ।

Share