ଛତ୍ରପୁର,୨୦।୪(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ମଙ୍ଗଳବାର ୪୯ ଜଣ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି।
ମଙ୍ଗଳବାର ଜିଲାରେ ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ ହୋଇଛି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କଣମଣା ପଞ୍ଚାୟତରେ ଚାଲିଥିବା ସ୍ବାସ୍ଥ୍ୟ ସ୍କ୍ରିନିଂର ଅନୁଧ୍ୟାନ କରିଥିଲେ। ପରିବାର ସମସ୍ତ ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ଓ ଅକ୍ସି ମିଟରରେ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଏଥିସହ ସମସ୍ତଙ୍କୁ କୋଭିଡ ସହାୟତା, ଟେଲି ମେଡିସିନ ଓ ସ୍ବାବ ପରୀକ୍ଷା ସହାୟତା ନମ୍ବର ସମ୍ପର୍କରେ ଅବଗତ କରାଯାଉଛି। ଏହି ଟିମ୍ରେ ଏଏନ୍ଏମ୍, ଅଙ୍ଗନଓ୍ବାଡିି କର୍ମୀ ପ୍ରମୁଖ ଅଛନ୍ତି।