Categories: ଜାତୀୟ

ମାନ୍‌ଙ୍କୁ ଗୃହ, ହରପାଲ୍‌ଙ୍କୁ ଅର୍ଥ ବିଭାଗ

ଚଣ୍ଡିଗଡ଼,୨୨।୩ : ପଞ୍ଜାବର ୧୦ ମନ୍ତ୍ରୀଙ୍କ ମଧ୍ୟରେ ସୋମବାର ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ନିଜ ପାଖରେ ଗୃହ ବିଭାଗ ରଖିଥିବାବେଳେ ହରପାଲ ସିଂ ଚିମାଙ୍କୁ ଅର୍ଥ ଏବଂ ଗୁର୍‌ମିତ୍‌ ସିଂ ମିତ୍‌ ହାୟେରଙ୍କୁ ଶିକ୍ଷା ବିଭାଗ ଦାୟିତ୍ୱ ଦେଇଛନ୍ତି। ଡ. ବିଜୟ ସିଙ୍ଗ୍‌ଲା ସ୍ବାସ୍ଥ୍ୟ ବିଭାଗ ପାଇଥିବାବେଳେ ଏକମାତ୍ର ମହିଳା ମନ୍ତ୍ରୀ ଡ. ବଲଜିତ୍‌ କୌରଙ୍କୁ ସାମାଜିକ ସୁରକ୍ଷା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ମିଳିଛି। ହରଜ୍ୟୋତ ସିଂ ବୈନସ୍‌ଙ୍କୁ ଆଇନ ଓ ପର୍ଯ୍ୟଟନ, ହରଭଜନ ସିଂ ଇଟିଓଙ୍କୁ ଶକ୍ତି, ଲାଲଚାନ୍ଦ କଟରୁଚକଙ୍କୁ ଖାଦ୍ୟ ଯୋଗାଣ, କୁଲଦୀପ ସିଂ ଧଲିଓ୍ବାଲଙ୍କୁ ଗ୍ରାମାଞ୍ଚଳ ବିକାଶ ଓ ଲାଲଜିତ ସିଂ ଭୁଲ୍ଲାର ପରିବହନ ଏବଂ ବ୍ରମ ଶଙ୍କର ଜିମ୍ପା ଜଳ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମିଳିଛି।

Share