ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡବିଲ ଗ୍ରାମରେ ଶୁକ୍ରବାର ରାତିରେ ରୋଷେଇ ଘର କାନ୍ଥ ଭୁଶୁଡି ଜଣେ ୧୭ ବର୍ଷର ନାବାଳିକା ଆହତ ହୋଇଛନ୍ତି। ନାବାଳିକାଙ୍କୁ ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ଆହତ ନାବାଳିକା ଜଣକ ହେଉଛନ୍ତି ବଡ଼ବିଲ ଗ୍ରାମ ଚତୁରୀ ସାହିର ପୁରୁଷୋତ୍ତମ ନାଏକଙ୍କ ଝିଅ ପ୍ରତିମୟୀ ନାଏକ
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ପ୍ରତିମୟୀ ପୋଡ଼ଶୀ ସନ୍ତୋଷ ନାଏକଙ୍କ ଘରକୁ ଯାଇଥିଲେ। ଘରେ ରୋଷେଇ ଚାଲିଥିବା ବେଳେ ପ୍ରିତିମୟୀ ସେଠାରେ ବସିଥିଲେ। ହେଲେ ହଠାତ ଝଡ଼ତୋଫାନ ହେବାରୁ ରୋଷେଇ ଘର କାନ୍ଥ ଭୁଶୁଡି ପ୍ରତିମୟୀଙ୍କ ଗୋଡ ଉପରେ ପିଡ଼ିଥିଲା। ପୋଡ଼ଶୀ ତାଙ୍କୁ ଉଦ୍ଧାର କରି ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ। ପ୍ରୀତିମୟୀଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଛି।