ଗଞ୍ଜାମ,୧ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍ଏସି ଅଧୀନ ବରପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ଘର ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ସୁନିଲ ରଞ୍ଜନ ନାୟକଙ୍କ ପରିବାର ଲୋକେ ମନ୍ଦିର ଯାଇଥିଲେ। ସେତିକିବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିବା ତାଙ୍କୁ ଫୋନ କଲ ଆସିଥିଲା। ପରେ ସେ ଘରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଛତ୍ରପୁରରୁ ଦୁଇଟି ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଘରର ଆସଭାବ ପତ୍ର, ନଗଦ ଟଙ୍କା, ସୁନା ଗହଣା ପୋଡି ପାଉଁଶ ହୋଇଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ସେହିପରି ପଡିଶା ଘର ରାଜୁ ନାୟକଙ୍କ ଘରେ ରହିଥିବା ଧାନ ବାସ୍ତା, ଲୁଗାପଟା ଓ ବିଭିନ୍ନ ଘର କରଣା ସାମଗ୍ରୀ ଜଳିଯାଇଛି। ଖବରପାଇ ସ୍ଥାନୀୟ ଆର୍ଆଇ ରବି ପ୍ରଧାନ ପହଞ୍ଚି ପୋଡି ନଷ୍ଟ ହୋଇଥିବା ସାମଗ୍ରୀ ତଦନ୍ତ କରିଥିବା ଜଣାପଡ଼ିଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।