ନିଆଁ ଲାଗି ଜଳିଗଲା ଘର

ବାଲିଗୁଡ଼ା,୧୩।୪(ଡି.ଏନ୍‌.ଏ.): ଘରେ ନିଆଁ ଲାଗି ପିଲାଙ୍କ ସାର୍ଟିଫିକେଟ, ଆସବାବପତ୍ର, ସୁନା, ରୁପା, ନଗଦ ଦୁଇ ଲକ୍ଷ ଟଙ୍କା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକର ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡ଼ା ଗ୍ରାମରେ ।
ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ଶ୍ରାଲିଗୁଡ଼ା ଗ୍ରାମରେ ରବୀନ୍ଦ୍ର ମାଲିଙ୍ଗ ମାଝି, ସ୍ତ୍ରୀ ରଶ୍ମିତାଙ୍କ ସମେତ ତିନି ପୁଅ ଓ ଝିଅ ଘରେ ଶୋଇଥିଲେ। ହେଲେ ଘରେ ହଠାତ ନିଆଁ ଲାଗିଯାଇଥିଲା। ହେଲେ ପରିବାର ଲୋକେ ଜୀବନ ବଞ୍ଚାଇବାକୁ ଯାଇ ବାହାରକୁ ଚାଳିଆସିଥିଲେ। ପରିବାର ଲୋକଙ୍କ ସମେତ ପାଖ ପଡ଼ୋଶୀ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏପରିକି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଘର ପୋଡି ପାଉଁଶ ହୋଇଯାଇଛି। ଫଳରେ ପରିବାର ଲୋକେ ବାସହରା ହୋଇ ଅସହାୟ ଅବସ୍ଥାରେ ରହିଛନ୍ତି। ଅନ୍ୟପକ୍ଷେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ*

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ୟୁଆଇଏଲ୍ ପକ୍ଷରୁ ଶିଶୁ ଦିବସ ପାଳିତ

ଯାଜପୁର,୧୫/୧୧: ଶିଶୁ ହସିଲେ ଦୁନିଆ ହସେ , ଏକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ ହେଲେ ଶିଶୁଙ୍କ ମୁହଁରେ ହସ ଫୁଟାଇବା କାମ ଆମର ।...

ଜଳିଗଲା ଲୁଗା ଦୋକାନ, ମାଲିକ ମୃତ

ଜଟଣୀ,୧୫ା୧୧(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ରାଜାବଜାରରେ ଥିବା ଗୌରୀ ଗାର୍ମେଣ୍ଟସ (ଲୁଗା ଦୋକାନ)ରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି...

ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ପାଦଚିହ୍ନ

ମୋହନା,୧୫ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳର ଆକିଲି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। କିଛିଦିନ ହେଲା ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ...

ବୋମାମାଡ଼ ଘଟଣା, ଆଉ ଜଣେ ଗିରଫ

ଦିଗପହଣ୍ଡି,୧୫ା୧୧(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ଓ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ବୋମାମାଡ଼ କରି ଆତଙ୍କ ଚଳାଇଥିବା ଅପରାଧୀ ଗ୍ୟାଙ୍ଗର ଜଣେ ଯୁବକଙ୍କୁ ପୋଲିସ...

କାହିଁକି କାର୍ତ୍ତିକ ପୂର୍ଣ୍ଣିମାରେ ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୫।୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି l ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ଭିତର ପଟ ପାହାଚରେ...

ସରକାର ବଦଳିବାରୁ ଆଶା ଆଶଙ୍କାରେ ଅଲ୍‌ ଓଡିଶା ପେକ୍ସ ଓ ଲେମ୍ପସ କର୍ମଚାରୀ: ମନ୍ତ୍ରୀଙ୍କୁ ଭେଟି…

କୋକସରା,୧୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଅଲ୍‌ ଓଡିଶା ପେକ୍ସ ଓ ଲେମ୍ପସ କର୍ମଚାରୀ ଫେଡେରେଶନ ପକ୍ଷରୁ ୫ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ପୂର୍ବରୁ ଦାବି...

କାଲିଠୁ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ, ହେଲେ ପ୍ରସ୍ଥାନ ପାଇଁ ନାହିଁ …

ପୁରୀ,୧୫।୧୧(ଅଜିତ୍‌ କୁମାର ମହାନ୍ତି): କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତ ଧାରିମାନେ ଡ଼ଙ୍ଗା ଭସାଇବା ସହ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବହୁ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri