ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଛତ୍ରପୁର,୧୫ା୧୧(ଡି.ଏନ୍‌.ଏ.): ୨ଦିନ ଧରି ଲଗାଣ ବର୍ଷାରେ ଛତ୍ରପୁର ଏନ୍‌ଏସି ୯ନମ୍ବର ୱାଡ ନୂଆସାହିରେ ରହୁଥିବା କାଳୁ ଚରଣ ନାୟକଙ୍କ ଘର ସୋମବାର ଭୁଶୁଡ଼ି ପଡ଼ିଥିଲା। ହେଲେ ଦୁଇ ଶିଶୁଙ୍କ ସମେତ ମା’ ବାପ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏପରିକି ଘରର ସମସ୍ତ ଆସବାପତ୍ର ମାଟି ମିଶି ନଷ୍ଟ ହୋଇଛି । ଖବର ପାଇ ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁ ଓ ଷ୍ଟାପ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କାଳୁ ଜଣେ ଦିନ ମଜୁରିଆ (ରଙ୍ଗ ମିସ୍ତ୍ରୀ )ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ସହ ଆବାସ ଯୋଜନାରେ ସାମିଲ କରି ଗୃହ ଯୋଗାଇ ଦେବାକୁ ଦାବି ହୋଇଛି। ଛତ୍ରପୁରରେ ବର୍ଷା ଜାରି ରହିଛି।

Share