ଧମାଲ କରୁଛି ରାଜାମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’, ପ୍ରଥମ ଦିନରେ ହାଉସ୍‌ଫୁଲ୍‌

 

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ରିଲିଜ୍‌ ହେବା ପରେ ଧୁମ ମଚାଉଛି। ପ୍ରଥମ ଦିନରେ ଫିଲ୍ମକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯିଏ ଦେଖୁଛି ସିଏ କହୁଛି ମାଷ୍ଟର ପିସ ସିନେମା । ନିର୍ଦ୍ଦେଶକ ରାଜାମୌଲିଙ୍କ ବାହୁବଳୀ ଫିଲ୍ମ ପରେ ‘ଆର୍‌ଆର୍‌ଆର୍‌’କୁ ଦର୍ଶକଙ୍କ ଖୁବ ଜବରଦସ୍ତ ସମର୍ଥନ ମିଳିଛି । ତେବେ ଫିଲ୍ମର ହିନ୍ଦୀ ଭର୍ସନ ଅଧିକ ଆୟ କରିଥିବା ଜଣାପଡିଛି । ଏପରିକି ବଚ୍ଚନ ପାଣ୍ଡେ ଏବଂ ୮୩ ଚଳଚ୍ଚିତ୍ର ରେକର୍ଡ ମଧ୍ୟ ଭାଙ୍ଗିଛି ‘ଆର୍‌ଆର୍‌ଆର୍‌’ । ଭେଟେରାନ ଅଭିନେତା ଚୀରଞ୍ଜୀବ ସିନେମାକୁ ଖୁବ ପ୍ରଶଂସା କରିବା ସହ ମାଷ୍ଟର ଷ୍ଟୋରୀ ଟେଲରଙ୍କ ଏହା ମାଷ୍ଟର ପିସ ବୋଲି କହିଛନ୍ତି ।
ପୂରା ଦେଶରେ ପ୍ରାୟ ୫୦୦୦ ସ୍କ୍ରିନ୍‌ରେ ଫିଲ୍ମଟି ରିଲିଜ୍‌ ହୋଇ ଥିବାବେଳେ ଉତ୍ତର ଭାରତରେ ପ୍ରାୟ ୨୦୦୦ ସ୍କ୍ରିନରେ ରିଲିଜ୍‌ ହୋଇଛି । ସେହିପରି ତେଲୁଗୁ ରାଜ୍ୟରେ ୧୮୦୦ ସ୍କ୍ରିନ, କେରଳରେ ୫୦୦ ଏବଂ ତାମିଲନାଡୁରେ ୧୨୦୦ ସ୍କ୍ରିନରେ ରିଲିଜ ହୋଇଛି ସିନେମାରେ ରାମ ଚରଣ, ଜୁନିୟର ଏନ୍‌ଟିଆର, ଅଜୟ ଦେବଗନ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

Share