ଘରକରଣା

ଲେମ୍ବୁରେ ଯଦି କମ୍‌ ରସ ରହିଥାଏ ତେବେ ତାକୁ କିଛି ସମୟ ମାଇକ୍ରୋୱେବ୍‌ରେ ରଖି ଗରମ କରି ଦିଅନ୍ତୁ। ଏଥିରେ ଥିବା ରସ ସହଜରେ ବାହାରିଯିବ।

ହେୟାର ଡ୍ରାୟରରେ କେବଳ କେଶକୁ ଶୁଖାଇହେବ ତା’ ନୁହେଁ ଏହା ସାହାଯ୍ୟରେ ଡବା କିମ୍ବା କାନ୍ଥରେ ଲାଗିଥିବା ଷ୍ଟିକରକୁ ସହଜରେ ଛଡ଼ାଇ ହେବ।

ଧନିଆପତ୍ର କିମ୍ବା ଅନ୍ୟ କିଛି ଜିନିଷକୁ ବେଶି ଛୋଟ କରି କାଟିବାକୁ ଚାହୁଁଥିଲେ ତାକୁ ପିଜା କଟରରେ କାଟନ୍ତୁ। ସହଜରେ ଛୋଟ ଛୋଟ କାଟି ହୋଇଯିବ।

ଆଇସ୍‌ ଟ୍ରେ ଭିତରେ ବରଫ ବ୍ୟତୀତ ଲେମ୍ବୁ ରସକୁ ଫ୍ରିଜରେ ଷ୍ଟୋର କରି ରଖିହେବ।