ଗନ୍ଧ ହେଉଥିବା ପାତ୍ରରେ ଏକ କପ୍‌ ଭିନେଗାର ପକାଇ ତାକୁ ୧୦ ମିନିଟ୍‌ ଫୁଟାନ୍ତୁ। ଯେତେ ଖରାପ ଗନ୍ଧ ହୋଇଥିଲେ ବି ଚାଲିଯିବ। ରୋଷେଇ ଘରେ ଭିନେଗାରକୁ ଫ୍ଲେବରିଂ ଏଜେଣ୍ଟ ଭଳି ବ୍ୟବହାର କରିବା ସହିତ କ୍ଲିନର ଭଳି ମଧ୍ୟ ବ୍ୟବହାର କରିପାରିବେ।
ଯେକୌଣସି ପ୍ରକାରର ଗନ୍ଧ ଦୂର କରିବା ପାଇଁ ଆଳୁ ଉପଯୋଗୀ। ଆଳୁକୁ ମୋଟା କରି କାଟି ସେଥିରେ ଲୁଣ ପକାଇ ବାସନରେ ଘଷନ୍ତୁ। ଏହାପରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ବାସନରେ ତାହା ରଖି ଧୋଇ ଦିଅନ୍ତୁ।
ଗନ୍ଧ ହେଉଥିବା ବାସନରେ କିଛି ଲୁଣ ପକାଇ ସେଥିରେ ଲେମ୍ବୁକୁ ଘଷି ୨୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ଧୋଇ ଦିଅନ୍ତୁ, ଗନ୍ଧ ରହିବ ନାହିଁ। କେବଳ ଲେମ୍ବୁ ଚୋପାକୁ ପାଣିରେ ପକାଇ ଅଧଘଣ୍ଟା ଫୁଟାନ୍ତୁ। ବାସନରୁ ସବୁ ଗନ୍ଧ ଚାଲିଯିବ।
ରାନ୍ଧିବା ପରେ ଯଦି ବାସନରେ ମାଂସ ଗନ୍ଧ ରହିଯାଇଥାଏ ତେବେ ୪-୫ ଚାମଚ ଭିନେଗାର ସହିତ ବେକିଂ ସୋଢାର ପେଷ୍ଟ କରି ଲେମ୍ବୁ ଚୋପାରେ ଘଷନ୍ତୁ। ସବୁ ଗନ୍ଧ ଦୂର ହୋଇଯିବ।
ବାସନରୁ ଗନ୍ଧ ଛଡ଼ାଇବା ପାଇଁ କଫି ମଧ୍ୟ ବ୍ୟବହାର କରିପାରିବେ। ବାସନରେ ଅଳ୍ପ ପାଣି ଦେଇ ସେଥିରେ କଫି ପକାଇ ୩-୪ ମିନିଟ୍‌ ଗ୍ୟାସରେ ବସାଇ ଫୁଟାନ୍ତୁ। ଏହାପରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ତାକୁ ସେଥିରେ ଘୋଡ଼ାଇ ରଖି ଦିଅନ୍ତୁ। ତା’ପରେ ବାସନକୁ ଡିସ୍‌ୱାସ୍‌ରେ ମାଜି ଦିଅନ୍ତୁ, ଗନ୍ଧ ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

ସଚେତନତାକୁ ପ୍ରାଥମିକତା ଦିଆଯାଉ

ନିମୋନିଆ ଏଭଳି ଏକ ସ୍ବାସ୍ଥ୍ୟ ସମସ୍ୟା, ଯାହା ଶିଶୁ, ଯୁବପିଢ଼ି, ବୟସ୍କଙ୍କୁ ହୋଇପାରେ। ଏହାର କେତୋଟି ପ୍ରମୁଖ ଲକ୍ଷଣ ରହିଛି। ସେଗୁଡିକ ବିଷୟରେ ଆମେ ଜାଣିବା...

ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁଫୁଲ, ମିଳିବ ଏସବୁ ଫାଇଦା…

ଆପଣଙ୍କର ଦୃଷ୍ଟିଶକ୍ତିଜନିତ ସମସ୍ୟା ରହିଛି କି? ଯଦି ହଁ, ତେବେ ଏଥିରୁ ରକ୍ଷା ପାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ବାସ୍‌, ନିଜର...

ଶ୍ରେଷ୍ଠ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼, ଧନଜୀବନ ପ୍ରତି ମହାବିନାଶକ

ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ କ୍ଷୁଦ୍ର ଲଘୁଚାପ ‘ଦାନା’ ସମୟକ୍ରମେ ଅବପାତ, ଗଭୀର ଅବପାତ, ଘୂର୍ଣ୍ଣିବାତ୍ୟା ଓ ଗଭୀର ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇ ଓଡ଼ିଶା...

ଏମିତି ଜଣାପଡ଼େ କ୍ୟାନ୍‌ସରର ପ୍ରାଥମିକ ଲକ୍ଷଣ, ଅବହେଳା ନ କରି…

ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି...

ଶିଡ଼ି ତଳେ ଏସବୁ ରଖୁଛନ୍ତି କି? ମାଡ଼ି ଆସିବ ଦାରିଦ୍ରତା, ଘରେ ବଢ଼ିବ ଅଶାନ୍ତି

ସ୍ଥାନର ଅଭାବ ଯୋଗୁ କିଛି ଲୋକ ଶିଡ଼ି ତଳେ ଥିବା ଖାଲି ସ୍ଥାନକୁ ଜିନିଷ ରଖିବା ପାଇଁ ବ୍ୟବହାର କରିଥାନ୍ତି ତ ଆଉ କିଛି ଲୋକ...

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri