ପରଟାକୁ ଅଧିକ ସ୍ବାଦିଷ୍ଟ କରିବା ପାଇଁ ସିଝା ଆଳୁକୁ ଅଟା ସହିତ ମିଶାଇ ଚକଟି ଦିଅନ୍ତୁ।
ପରାଟାକୁ ତେଲ କିମ୍ବା ଘିଅ ବଦଳରେ ବଟର ଲଗାଇଲେ ଅଧିକ ସ୍ବାଦିଷ୍ଟ ଲାଗିବ।
ପକୁଡି ତିଆରି କରୁଥିଲେ ବେସନ ଘୋଳରେ କିଛି ଗରମ ତେଲ ମିଶାଇ ଦିଅନ୍ତୁ, ପକୁଡି ସ୍ବାଦିଷ୍ଟ ହେବା ସହିତ କ୍ରିସ୍ପି ଲାଗିବ।
ପକୁଡି ପରିଷିବା ସମୟରେ ସେଥିରେ କିଛି ଚାଟ୍ ମସଲା ପକାଇ ଦିଅନ୍ତୁ ଟେଷ୍ଟି ଲାଗିବ।
ଭୋଣ୍ଡିକୁ ଅଧିକ ସମୟ ପର୍ଯ୍ୟନ୍ତ ଫ୍ରେଶ ରଖିବା ପାଇଁ ସେଥିରେ କିଛି ସୋରିଷ ତେଲ ଲଗାଇ ଦିଅନ୍ତୁ।
ନୁଡୁଲ୍ସକୁ ପାଣିରେ ସିଝାଇବାବେଳେ ସେଥିରେ କିଛି ଲୁଣ ଏବଂ ତେଲ ପକାଇ ଦିଅନ୍ତୁ ଏବଂ ଛାଣି ସାରିବା ପରେ ସେଥିରେ ଥଣ୍ଡା ପାଣି ଢାଳନ୍ତୁ।
ଜାୟିତ୍ରିକୁ ମିଠା, କେକ୍ ଏବଂ ବ୍ରେଡ ତିଆରି କରିବା ପାଇଁ ବ୍ୟବହାର କରିହେବ। ମସାଲା ଚା ଏବଂ ମସାଲା କ୍ଷୀର ତିଆରିରେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ।
ସୁପ୍ରେ ଜାୟିତ୍ରି ବ୍ୟବହାର କରିଲେ ଏହାର ସ୍ବାଦ ବହୁତ ବଢି ଯାଇଥାଏ।
ଉଷୁମ ପାଣରେ ହେଙ୍ଗୁ ମିଶାଇ ଗର୍ଗଲିଂ କଲେ ଗଳା ଦରଜରୁ ଆରାମ ମିଳିଥାଏ।
ରାଜମା କିମ୍ବା ବିରି ଡାଲି ସିଝାଇବା ସମୟରେ ପାଣିରେ ଲୁଣ ମିଶାନ୍ତୁ ନାହିଁ, ଶୀଘ୍ର ସିଝିବ।