ଏକ କପ୍‌ ପଇଡ ପାଣିରେ ଦୁଇଟି ବ୍ରେଡ ଓ ଏକ ଚାମଚ ଚିନି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହି ମିଶ୍ରଣକୁ ଇଡ୍‌ଲି ମିଶ୍ରଣରେ ମିଶାଇଲେ ଇଡ୍‌ଲି ଅଧିକ ସ୍ବାଦିଷ୍ଟ ଏବଂ ନରମ ହେବ।
ଇଡ୍‌ଲି କିମ୍ବା ଦୋସାର ମିଶ୍ରଣ ଅଧିକ ଖଟା ହୋଇ ଯାଇଥିଲେ ସେଥିରେ ନଡିଆ କ୍ଷୀର ମିଶାଇ ଦିଅନ୍ତୁ।
ଦହି ବସାଇବା ପାଇଁ ଯଦି ଘରେ ଅଲଗା ଦହି ନ ଥାଏ ତେବେ ଗରମ କ୍ଷୀରରେ ଏକ କଞ୍ଚା ଲଙ୍କା ପକାଇ ରଖିଲେ ଦହିକୁ ରୂପାନ୍ତରିତ ହୋଇଯାଏ।
ତନ୍ଦୁରୀ ଚପାତିକୁ ନରମ କରିବାକୁ ଚାହୁଁଥିଲେ ଅଟାରେ ଅଳ୍ପ ଦହି ମିଶାଇ ଉଷୁମ ପାଣିରେ ଚକଟନ୍ତୁ।
ତରକାରି ଶୀଘ୍ର କରିବାକୁ ଚାହୁଁଥିଲେ ଗରମ ତେଲରେ ପ୍ରଥମେ କିଛି ଜୀରା ଓ ହେଙ୍ଗୁ ଫୁଟାନ୍ତୁ। ଏହାପରେ ପିଆଜ ପକାଇ ଭାଜନ୍ତୁ। ପିଆଜ ଅଧା ଭାଜି ହୋଇ ଆସିଲେ ସେଥିରେ ସମସ୍ତ ପରିବାକୁ ପକାଇ ଏକ ସଙ୍ଗରେ ଭାଜନ୍ତୁ। ତା’ପରେ ମସଲା ଓ ଲୁଣ ପକାଇ ଘୋଡ଼ାଇ ଦିଅନ୍ତୁ। ମଝିରେ ମଝିରେ ଗୋଳାଇ ଦିଅନ୍ତୁ। ଖୁବ୍‌ ଶୀଘ୍ର ଏହି ଶୁଖିଲା ତରକାରି ତିଆରି ହୋଇଯିବ।
ତରକାରିରେ କଞ୍ଚା ଲଙ୍କା ପକାଇବାକୁ ଚାହୁଁଥିଲେ ପ୍ରଥମେ ତା’ର ମଞ୍ଜି ବାହାର କରି ଦେଇ ପକାନ୍ତୁ। ଅଧିକ ସ୍ବାଦିଷ୍ଟ ଲାଗିବ ଓ ରାଗ କିଛିଟା କମ୍‌ ହୋଇଯିବ।
ପିଆଜ ଭାଜିବା ସମୟରେ ସେଥିରେ ଅଳ୍ପ ଚିନି ପକାଇ ଦେଲେ ତାହା ଶୀଘ୍ର ଭାଜି ହୋଇଯାଏ।
ବେସନରେ ସ୍ବାଦିଷ୍ଟ ପକୋଡା ତିଆରି କରିବାକୁ ଚାହୁଁଥିଲେ ବେସନ ଗୋଳାଇବା ସମୟରେ ସେଥିରେ କିଛି ବେକିଂ ସୋଡା ପକାଇ ସଙ୍ଗେ ସଙ୍ଗେ ଛାଣନ୍ତୁ।