ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ: ମ୍ୟୁନିସିପାଲିଟ, ଏନ୍‌ଏସିକୁ ନେଇ କହିଲେ…

ଭୁବନେଶ୍ୱର,୬।୮: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ବଡ଼ ବୟାନ ଦେଇଛନ୍ତି। ବିଧାନସଭା ଶେଷ ହେବା ପରେ ନୂଆ ମ୍ୟୁନିସିପାଲିଟି ଓ ଏନ୍‌ଏସି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ବିଜେଡି ସରକାର କେବଳ ନିର୍ବାଚନକୁ ଦେଖି ଏନ୍‌ଏସି ଘୋଷଣା କରିଥିଲେ। ଏଥିରେ ପରିବର୍ତ୍ତନ ହେବ। ନୂଆ ଏନ୍‌ଏସସିର କେବଳ ଘୋଷଣାରେ ସୀମିତ ଥିଲା। ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି କାଗଜ ପତ୍ରନାହିଁ। ଜିଲାପାଳଙ୍କୁ ଗୋଟେ ଗୋଟେ ଚିଠି ହୋଇଥିବା ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ତା’ ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହା ଉପରେ ପଦକ୍ଷେପ ନିଆଯିବ। ଏହା ସେତେବେଳର ସରକାର ନିର୍ବାଚନ ଏଜେଣ୍ଡା ଥିବ। ସେମାନେ ନିର୍ବାଚନକୁ ଦେଖି ଘୋଷଣା କରି ଥାଇ ପାରନ୍ତି। ବର୍ତ୍ତମାନର ସରକାର ଚାହୁଁଛନ୍ତି ଯେଉଁ ଗୁଡିକ ଏନ୍‌ଏସି, ମ୍ୟୁନିସିପାଲଟି ହେବା ଯୋଗ୍ୟ ତାକୁ ସରକାର ନୂଆ କରିବ। ଏହାକୁ ବିଧିବଦ୍ଧ ଭାବେ ତଦନ୍ତ କରି ଅଫିସରଙ୍କୁ ପଠାଇବା ପାଇଁ ଆଲୋଚନା କରାଯିବ। ଆବଶ୍ୟକତା ସ୍ଥଳେ ନୂଆ ଏନଏସ୍‌ସି ହେବ ବୋଲି ମନ୍ତ୍ରୀ ମହାପାତ୍ର କହିଛନ୍ତି।

Share