Categories: ଫୁରସତ

ମାତ୍ର ୧୦ ସେକେଣ୍ଡର ଭିଡିଓ ୪୮ କୋଟି ଟଙ୍କାରେ ବିକ୍ରି

କଥାରେ ଅଛି ପରିଶ୍ରମ କେବେ ବୃଥା ଯାଏନାହିଁ, ଦିନେ ନା ଦିନେ ଆପଣଙ୍କ ପରିଶ୍ରମର ମୂଲ୍ୟ ନିଶ୍ଚୟ ମିଳିବ। ଏହାର ଜ୍ୱଳନ୍ତ ଉଦାହରଣ ଆମେରିକାର ମିଆମି ସହରରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଆର୍ଟ କଲେକ୍ଟର ୧୦ ସେକେଣ୍ଡର ଭିଡିଓ ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେ ୪୯.୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏବେ ସେ ଏହାକୁ ବିକ୍ରି କରିଦେଇଛନ୍ତି। ସେ ଏହି ୧୦ ସେକେଣ୍ଡର ଭିଡିଓକୁ ୬.୬ ମିଲିୟନ୍‌ ଡଲାର ଅର୍ଥାତ ୪୮.୪୨ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି ଭିଡିଓକୁ ପ୍ରସ୍ତୁତ କରିଥିଲେ ଡିଜିଟାଲ ଆର୍ଟିଷ୍ଟ ବିପଲ। ତାଙ୍କ ପ୍ରକୃତ ନାମ ମାଇକ୍‌ ଭିଙ୍କେଲମ୍ୟାନ୍‌। ଏହି ଭିଡିଓର ନାମ ନନ୍‌-ଫଞ୍ଜିବଲ୍‌ ଟୋକେନ୍‌ (ଏନ୍‌ଏଫ୍‌ଟି)କୁହାଯାଏ। କରୋନା ସମୟରେ ଏନ୍‌ଏଫ୍‌ଟି ପ୍ରଚଳିତ ହୋଇଥିଲା। ଏହାକୁ ପ୍ରସ୍ତୁତ କରିବାକୁ ଟଙ୍କା ଆବଶ୍ୟକ ହୋଇଥାଏ। ଏଥିପାଇଁ ଅନେକ ଲୋକେ ନିବେଶ କରିଥାନ୍ତି। କାରଣ ଏନ୍‌ଏଫ୍‌ଟି ଡିଜିଟାଲ ପ୍ଳାଟଫର୍ମରେ ରୁହେ। ଯଦି ଲୋକଙ୍କୁ ପସନ୍ଦ ଆସିଯାଏ ତେବେ ଏଥିରୁ କୋଟି କୋଟି ଟଙ୍କା ରୋଜଗାର ହୋଇଯାଏ।ବ୍ଲାକଚେନ୍‌ ଟେକ୍ନୋଲୋଜି ସହାୟତାରେ ଏହି ଭିଡିଓର ଅନଲାଇନ୍‌ ନକଲ ସମ୍ଭବ ହୋଇନ ଥାଏ।

Share