Categories: ଜାତୀୟ

ହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ମହିଳା ଡାକ୍ତରଙ୍କ ଉପରେ କେମିତି ନଜର ରଖୁଥିଲେ ଅଭିଯୁକ୍ତ ସଞ୍ଜୟ, ସିସିଟିଭି ଫୁଟେଜ ଖୋଲିଲା ବଡ଼ ରହସ୍ୟ

କୋଲକାତା,୨୩।୮: ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ସିବିଆଇ କଡ଼ା ନର ରଖିଛି। ଏହାରି ଭିତରେ ସିସିଟିଭି ଫୁଟେଜ, ତାଙ୍କ ସ୍ବୀକାରୋକ୍ତି ଏବଂ ଫରେନସିକ ପ୍ରମାଣରୁ ଜଣାପଡିଛି ଯେ ଅପରାଧର ଗୋଟିଏ ଦିନ ପୂର୍ବରୁ ସେ ଲେଡି ଡାକ୍ତରଙ୍କ ଉପରେ ନଜର ରଖିଥିଲେ। କୋଲକାତା ପୋଲିସର ପଚରାଉଚରାବେଳେ ଅଭିଯୁକ୍ତ ସଞ୍ଜୟ ରୟ ସ୍ବୀକାର କରିଛନ୍ତି ଯେ ଅପରାଧର ଗୋଟିଏ ଦିନ ପୂର୍ବରୁ ସେ ଅଗଷ୍ଟ ୮ରେ ଚେଷ୍ଟ ମେଡିସିନ ୱାର୍ଡରେ ପୀଡିତାଙ୍କୁ ଦେଖୁଥିଲେ। ୱାର୍ଡର ସିସିଟିଭି ଫୁଟେଜରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ରୟଙ୍କୁ ହସ୍ପିଟାଲରେ ସହଜରେ ଏଣ୍ଟ୍ରି ମିଳି ଯାଇଥିଲା।

ୱାର୍ଡରେ ପୀଡିତା ଏବଂ ଅନ୍ୟ ଚାରିଜଣ ଜୁନିୟର ଡାକ୍ତର ଉପସ୍ଥିତ ଥିବା ସମୟରେ ସଞ୍ଜୟ ରୟ ପ୍ରାୟ ୧୧ଟା ସମୟରେ ୱାର୍ଡରେ ଥିଲେ। ରୟ ସିସିଟିଭି ଫୁଟେଜରେ ଡାକ୍ତରଙ୍କ ଆଡକୁ ଚାହିଁ ରହିଥିେଲେ। ପୀଡିତା ଅଗଷ୍ଟ ୯ରେ ରାତି ପ୍ରାୟ ୧ ଟା ସମୟରେ ସେମିନାର ହଲରେ ପ୍ରବେଶ କରିଥିଲେ। ସୂଚନାନୁସାରେ, ସେ ଶେଷ ଥର ପାଇଁ ୨.୩୦ ସମୟରେ ଜଣେ ଜୁନିୟର ଡାକ୍ତରଙ୍କ ସହ ସେମିନାର ହଲରେ କଥା ହୋଇଥିବାର ସିସିଟିଭି ଫୁଟେଜ ମିଳିଛି। କଥାବର୍ତ୍ତା ପରେ ସେ ଶୋଇବାକୁ ଯାଇଥିଲେ।

ଏହା ପରେ ଅଭିଯୁକ୍ତ ସଞ୍ଜୟ ରୟ ଭୋର ୪ଟାରେ ଡାକ୍ତରଖାନାରେ ଏଣ୍ଟ୍ରି କରୁଥିବା ସିସିଟିଭିରେ କଏଦ କରାଯାଇଛି। ସିବିଆଇ ସନ୍ଦେହ କରୁଛି ଯେ, ଏହି ସମୟରେ ଘଟଣା ଘଟି ଥାଇପାରେ। ଏଜେନ୍ସିର ରିପୋର୍ଟନୁସାରେ ରୟ ଜଣେ ଯୌନ ପିପାସୁ। ଯିଏ ପଚରାଉଚରା ସମୟରେ କୌଣସି ଅନୁତାପ ପ୍ରଦର୍ଶନ କରି ନ ଥିଲେ।

Share