ମହାଭାରତର ‘ଭୀମ’ ଚରିତ୍ର ପାଇଁ ବିଏସ୍‌ଏଫ୍‌ ଚାକିରି ଛାଡ଼ିଦେଇଥିଲେ ଏହି ଅଭିନେତା, ଏବେ ଭାଜପାର…

ବମ୍ବେ: ରାମାନନ୍ଦ ସାଗରଙ୍କ ରାମାୟଣ, ବିଆର୍‌ ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ପୌରାଣିକ ପୃଷ୍ଠଭୂମିକୁ ନେଇ ଏହା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା। ମହାଭାରତରେ ଶ୍ରୀକୃଷ୍ଣଙ୍କ ଭୂମିକା ନିର୍ବାହ କରିଥିବା ନୀତିଶ ଭାରଦ୍ୱାଜଙ୍କୁ ଲୋକେ ଭଗବାନଙ୍କ ଭଳି ପୂଜା କରୁଥିଲେ। ସେହିଭଳି ଭୀମ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରବୀଣ କୁମାର ସୋବତି ଘରେ ଘରେ ଏକ ପରିଚିତ ନାମ ପାଲଟିଥିଲେ।

୧୯୪୭ ଡିସେମ୍ବର ୬ରେ ଜନ୍ମ ନେଇଥିବା ପ୍ରବୀଣ ସାଢ଼େ ୬ ଫୁଟ ଲମ୍ବା ଥିଲେ। ଅଭିନୟ କରିବାକୁ ଆସିବା ପୂର୍ବରୁ ସେ ସୀମା ସୁରକ୍ଷାବଳ(ବିଏସ୍‌ଏଫ୍‌)ରେ ଡେପୁଟି କମାଣ୍ଡାଣ୍ଟ ଥିଲେ। ଏସିଆନ୍‌ ଗେମ୍ସରେ ପଦକ ଜିତିବା ଯୋଗୁ ତାଙ୍କୁ ବିଏସ୍‌ଏଫ୍‌ରେ ସ୍ଥାନ ମିଳିଥିଲା। ହେଲେ ଦିନେ ତାଙ୍କର ଜଣେ ବନ୍ଧୁ ମହାଭାରତ ପାଇଁ କଳାକାର ଖୋଜାଯାଉଥିବା କଥା ତାଙ୍କୁ କହିଥିଲେ। ଭୀମ ଭୂମିକା ପାଇଁ ଲମ୍ବା ବ୍ୟକ୍ତି ଲୋଡା ପଡ଼ିଥିବା କହିଥିଲେ। ୧୯୮୮ ମଧ୍ୟରେ ସେ ୩୦ ଫିଲ୍ମରେ କାମ କରି ସାରିଥିବା ବେଳେ ବି ଆର୍‌ ଚୋପ୍ରାଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଏହି ଭୂମିକା ତାଙ୍କୁ ମିଳିଥିଲା।

୧୯୯୮ ପରେ ପ୍ରବୀଣ ଅଭିନୟ ଛାଡ଼ିଦେଇଥିଲେ। ଏହାର ୧୪ ବର୍ଷ ପରେ ସେ ୨୦୧୨ରେ ଏକ ଚଳଚ୍ଚିତ୍ରରେ ଭୀମ ଭୂମିକା ପୁନର୍ବାର ତୁଲାଇଥିଲେ। ଶେଷରେ ସେ ରାଜନୀତିକୁ ଆସି ଚର୍ଚ୍ଚାର ବିଷୟ ପାଲଟିଥିଲେ। ପ୍ରଥମେ ଆପ୍‌ ପରେ ଏବେ ସେ ଭାଜପାର ସଦସ୍ୟ ଅଛନ୍ତି।

Share