କଳାଜାଇକୁ ବ୍ୟୁଟି ସ୍ପଟ୍ ବୋଲି ବି କୁହାଯାଏ। ଏହା ମଧ୍ୟ ଅନେକ ସମୟରେ ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ତେବେ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ କି ସୂଚନା ମିଳେ ଜାଣନ୍ତୁ ସେ ସମ୍ପର୍କରେ…
*ନାକରେ କଳାଜାଇ ଥିବା ବ୍ୟକ୍ତି ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ ଜୀବନରେ ଖୁବ୍ ଉନ୍ନତି କରନ୍ତି। କଷ୍ଟ କରି ସଫଳତା ପାଇବାରେ ତାଙ୍କର ବିଶ୍ୱାସ ରହିଥାଏ। ସେଥିପାଇଁ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଇଥାନ୍ତି।
*ଯେଉଁ ବ୍ୟକ୍ତିଙ୍କ ତାଳୁ ଉପରେ କଳାଜାଇ ଥାଏ ସେ ପୁରୁଷ ହୁଅନ୍ତୁ ଅବା ମହିଳା, ସେମାନେ ଧନବାନ୍, ପ୍ରତିଷ୍ଠିତ ହେବା ସହ ଜୀବନରେ ଖୁବ୍ ଲୋକପ୍ରିୟତା ହାସଲ କରିଥାନ୍ତି।
*ହେଲେ ତାଳୁକୁ ଛାଡ଼ି ମୁଣ୍ଡର ଅନ୍ୟ କେଉଁ ସ୍ଥାନ ଯେପରିକି ପଛପଟ ଅଥବା ମଥାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ। ଏହି ସ୍ଥାନରେ କଳାଜାଇ ଥିବା ବ୍ୟକ୍ତିଙ୍କ ଜୀବନ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ।
*କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚତୁରତାର ସଙ୍କେତ ଦେଇଥାଏ। ଯେଉଁ ମାନଙ୍କର ଏହି ସ୍ଥାନରେ କଳାଜାଇ ଥାଏ, ସେମାନେ ନିଜ ବୁଦ୍ଧି ବଳରେ ବହୁତ ଟଙ୍କା ଅର୍ଜନ କରିଥାନ୍ତି। କିନ୍ତୁ ସ୍ବଭାବରେ ଏମାନେ ଖୁବ୍ ଖର୍ଚ୍ଚୀ ବି ହୋଇଥାନ୍ତି।
*ବାମପଟ ଗାଲରେ କଳାଜାଇ ରହିବା ସେମିତି କିଛି ଶୁଭ ଫଳ ଦେଇ ନଥାଏ। ହେଲେ ଡାହାଣ ପଟ ଗାଲରେ କିମ୍ବା ମୁହଁର ମଝି ଭାଗରେ କଳାଜାଇ ରହିବା ଭାଗ୍ୟଶାଳୀର ପ୍ରତୀକ ହୋଇଥାଏ।
*ସେହିପରି କୁହାଯାଏ, ଯାହାଙ୍କର ଡାହାଣ ପଟ ପତା ଉପରେ କଳାଜାଇ ଥାଏ, ସେ ଧାର୍ମିକ ସ୍ବଭାବର ହୋଇଥାନ୍ତି।