କେମିତି ମରିଛନ୍ତି ଡିଜେଆଜେକ୍ସ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମଙ୍ଗଳବାର ଆସିଛି। ତାଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହି ରିପୋର୍ଟକୁ ନେଇ ଚର୍ଚ୍ଚା ହେଉଛି। ଡିଜେ ଆଜେକ୍ସ ଆତ୍ମହତ୍ୟା କରିଥିବା ଓ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ବୋଲି କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।
ଏହା ସହ ସେ କହିଛନ୍ତି, ଡିଜେ ଆଜେକ୍ସ ବେକରେ ଦାଗ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଯାଇଛି। ରିପୋର୍ଟ ପୋଲିସକୁ ହସ୍ତାନ୍ତର କରାଯାଇଛି। ଗତ ଶନିବାର ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଖାରବେଳନଗର ସ୍ଥିତ ଘରୁ ଜବତ କରାଯାଇଥିଲା। ତାଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ପୁରୁଷ ବନ୍ଧୁଙ୍କ ହାତ ରହିଛି ବୋଲି ପରିବାର ଲୋକେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେମାନଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା ଭଳି ସଙ୍ଗୀନ ଦଫା ୩୦୬ ଲଗାଇ ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ୱକଫ ବିଲ୍‌କୁ ନେଇ ବଦଳିଲା BJDର ନିଷ୍ପତ୍ତି, ରାଜ୍ୟ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨।୪: ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ କଡ଼ା ବିରୋଧ କରିଛି। ଏହି ବିଲ ମୁସଲିମ ସମ୍ପ୍ରଦାୟର...

ପୁଣି ବଢ଼ିଲା କିଟ୍‌ ଅଡ଼ୁଆ, ମୃତ ଛାତ୍ରଙ୍କ ବାପା କହିଲେ…

ଭୁବନେଶ୍ୱର,୨।୪: ପୁଣି ବଢ଼ିଲା କିଟ୍‌ ଅଡ଼ୁଆ। କିଟ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ଅର୍ଣ୍ଣବଙ୍କ ବାପା। କିଟ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ...

ଚମକାଇଲା ନୂଆ ଅଧ୍ୟୟନ, ପୁରୁଷଙ୍କ ତୁଳନାରେ ମହିଳାଙ୍କର ଶୁଣିବା କ୍ଷମତା ପ୍ରଖର

ପ୍ରାୟତଃ ଆପଣ ଲୋକମାନଙ୍କୁ ମଜାରେ କହିବାର ଶୁଣିଥିବେ ଯେ ମହିଳାଙ୍କ କାନ ବହୁତ ପ୍ରଖର ଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଜାରେ...

କମେଣ୍ଟ ମରାକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା: ୨ ଗୁରୁତର

ଭୁବନେଶ୍ୱର,୨।୪: ରାଜଧାନୀରେ ବୁଲିଲା ଖଣ୍ଡା। ଏଥିରେ ୨ ଯୁବକ ଗୁରୁତର ହୋଇଛନ୍ତି। ଖଣ୍ଡଗିରି ଥାନା ପାତ୍ରପଡ଼ାରେ ୨ ଯୁବକଙ୍କୁ ହାଣି ପକାଇଛନ୍ତି। କମେଣ୍ଟ ମରା ଓ...

କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର: ଏହି ଜିଲାରେ ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର,୨।୪: ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍‌। ଗୃହରେ ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ଉତ୍ତର ରଖି କହିଲେ ଆଇନମନ୍ତ୍ରୀ। ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତର...

ଲୋକ ସଭାରେ ଆଗତ ହେଲା ଓ୍ବକ୍‌ଫ ବିଲ୍‌, ସରକାରୀ ସମ୍ପତ୍ତି ଓ୍ବକଫ ସମ୍ପତ୍ତି ହେବ ନାହିଁ

ନୂଆଦିଲ୍ଲୀ,୨।୪: ବିବାଦୀୟ ଓ୍ବକ୍‌ଫ (ସଂଶୋଧନ) ବିଲ୍‌ ଉପରେ ବୁଧବାର ଲୋକ ସଭାରେ ଆଲୋଚନା ହୋଇଛି। ବିଲ୍‌କୁ ଗୃହୀତ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ...

ଏର୍ଦୋଗାନଙ୍କ ଗୋଟିଏ ପଦକ୍ଷେପ ନେତାନ୍ୟାହୁଙ୍କ ନିଦ ହଜାଇଲାଣି!

ଜେରୁଜେଲମ,୨।୪: ତୁର୍କୀ ସେନା ସିରିଆର T-4 ଏୟାରବେସ କବଜା କରିବାକୁ ଚେଷ୍ଟା ଆରମ୍ଭ କରିଛି ଏବଂ ଏଠାରେ ଏକ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ...

ଚାଉଳ ସହ ଗହମ ମିଳିବା ନେଇ ମନ୍ତ୍ରୀ କହିଲେ କେନ୍ଦ୍ରକୁ ଚିଠି ଲେଖିଛୁ, ମଞ୍ଜୁରୀ ମିଳିଛି, ହେଲେ…

ଭୁବନେଶ୍ୱର,୨ା୪: କେବେ ସୁଦ୍ଧା ଗହମ ସହ ଚାଉଳ ଦିଆଯିବ ପ୍ରଶ୍ନରେ ବୁଧବାର ଗୃହରେ ଉତ୍ତର ରଖିଛନ୍ତି ଯେଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଚାଉଳ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image