ଭାଇ ରଣବୀରଙ୍କ ବିବାହରେ କିପରି ଦିଶୁଥିଲେ କରିନା

ଲଭ ବାର୍ଡ ଆଲିଆ ଭଟ୍ଟ ରଣବୀର କପୁର ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିବାର ଲୋକଙ୍କ ଗହଣରେ ସାତ ଜନ୍ମକୁ ସାଥୀ ହୋଇଛନ୍ତି ଏହି ଯୋଡ଼ି। ଫ୍ୟାନ୍ସ ଓ ସେଲିବ୍ରିଟି ଏହି ଯୋଡ଼ିକୁ ଶୁଭକାମନା ଜଣାଇଛନ୍ତି । ତେବେ ଭାଇଙ୍କ ବିବାହରେ ଅଭିନେତ୍ରୀ କରିନା କପୁର ଖାନ ତାଙ୍କ ସ୍ବାମୀ ସୈଫ୍‌ଙ୍କ ସହ ନିଆରା ଷ୍ଟାଇଲରେ ଏଣ୍ଟ୍ରି କରିଥିଲେ। ସୋସିଆଲ ମଡିିଆରେ ସୈଫ- କରିନାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଭଉଣୀ କରିନା ଓ ଭିଣୋଇ ଟ୍ରାଡିସନାଲ ଲୁକ୍‌ରେ ନଜର ଆସିଥିଲେ। ଦୁହେଁ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

Share