Posted inଜାତୀୟ

ପିଡିଏ, ସମ୍ବିଧାନ, ଆରକ୍ଷଣ ଏବଂ ମୁସଲମାନ… ଉତ୍ତରପ୍ରଦେଶରେ ବାଜି ପାଲଟାଇଲେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୬: କଥାରେ ଅଛି ଦିଲ୍ଲୀର ଶସନ କ୍ଷମତାର ରାସ୍ତା ଉତ୍ତର ପ୍ରଦେଶ ବାଟ ଦେଇ ଯାଇଥାଏ। ଭାଜପା ୨୦୧୪ ଏବଂ ୨୦୧୯ ରେ ୟୁପି ବାଟ ଦେଇ ଲଗାତର ଦଇ ଥର କେନ୍ଦ୍ରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା। ହେଲେ ୨୦୨୪ରେ ‘ଦୁଇ ଯୁବକ’ଙ୍କ ଯୋଡ଼ି(ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧି) ଭାଜପା ବାଟରେ କଣ୍ଟା ସାଜିଛନ୍ତି। ଭାଜପାକୁ କ୍ଷମତାର ହାଟ୍ରିକ୍‌ରୁ ରୋକିବା ପାଇଁ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ହାତ ମିଳାଇବା ଯୋଜନା ଫଳପ୍ରଦ ହେବା ଭଳି ଲାଗୁଛି। ବିଶେଷକରି ୟୁପିରୁ ଭାଜପାକୁ ବଡ଼ ଝଟ୍‌କା ଲାଗୁଥିବା ଦେଖାଯାଉଛି। ଗୋଟିଏ ପଟେ ଅଖିଳେଶଙ୍କ ପିଡିଏ ଫର୍ମୁଲା କାମ କରିଥିବା ବେଳେ ରାହୁଲଙ୍କ ସମ୍ବିଧାନ, ଆରଂକ୍ଷଣ ଉପରେ ବିପଦର ସ୍ଲୋଗାନ ଜନସାଧାରଣଙ୍କ ହୃଦୟ ଜିତିଛି।

ଉତ୍ତରପ୍ରଦେଶର ୮୦ ଲୋକ ସଭା ଆସନରେ ରାଜନୈତିକ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏଯାବତର ପରିଣାମ ଅନୁଯାୟୀ ଭାଜପା ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳର ଲୋକ ସଭା ଆସନ ବୃଦ୍ଧି ପାଇବାରେ ଲାଗିଛି। କେବଳ ଏତିକି ନୁହେଁ ଭାଜପାର ସହଯୋଗୀ ଦଳର ଆସନ ସଂଖ୍ୟା କମ୍‌ ହେଉଛି। ବିଏସ୍‌ପି ଖାତା ଖୋଲିବାରେ ସଫଳ ହୋଇପାରିବ ନାହିଁ ବୋଲି କୁହାଯାଉଛି।

ରାଜ୍ୟରେ ସମାଜବାଦୀ ଦଳ ୩୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬ରୁ ୭ ଆସନରେ ଆଗୁଆ ରହିଛି। ଭାଜପା ୩୪ ଆସନରେ ଆଗୁଆ ଥିଲେ ହେଁ କମ୍‌ ଭୋଟ ବ୍ୟବଧାନ ଥିବାରୁ ନିର୍ଣ୍ଣାୟକ ଫଳାଫଳ ଭିନ୍ନ ହୋଇପାରେ ବୋଲି ଅନୁମାନ କରାଯାଉଛି। ମୋଟ ଉପରେ କହିବାକୁ ଗଲେ ଭାଜପା ରଣନୀତି ଉପରେ ଅଖିଳେଶ ଏବଂ ରାହୁଲଙ୍କ ରଣନୀତି ଭାରି ପଡ଼ୁଥିବା ଦେଖାଯାଉଛି। ବିଶେଷ କରି ଦୁହିଁଙ୍କ ମେଣ୍ଟ ପରେ ମୁସଲମାନ ପ୍ରାର୍ଥୀ ଏକଜୁଟ୍‌ ହେବା ଖେଳ ବିଗାଡ଼ି ଦେଇଛି।
ୟୁପିରେ ୨୦% ମୁସଲମାନ ଭୋଟର ଅଛନ୍ତି। ସମାଜବାଦୀ ଏବଂ କଂଗ୍ରେସ ମେଣ୍ଟ ପରେ ମୁସଲମାନଙ୍କ ଦ୍ୱନ୍ଦ୍ୱ ସମାପ୍ତ ହୋଇଯାଇଥିଲା। ଏମାନଙ୍କ ଭୋଟ ‘ଇଣ୍ଡିଆ’ ମେଣ୍ଟ ପକ୍ଷରେ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri