Categories: ଖେଳ

କେମିତି ଜିତିଲୁ ହାରିବା ମ୍ୟାଚ, କ’ଣ ଥିଲା ଫର୍ମୂଲା, କହିଲେ ସୂର୍ଯ୍ୟକୁମାର…

ନୂଆଦିଲ୍ଲୀ,୪।୧୨ : ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟି-୨୦ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ପରାସ୍ତ କରିଛି। ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଟିମ ଇଣ୍ଡିଆ ଏହି ସିରିଜ କବଜା କରିସାରିଥିଲା। କିନ୍ତୁ ପଞ୍ଚମ ମ୍ୟାଚରେ ଅଷ୍ଟ୍ରେଲିଆକୁ ରେମାଞ୍ଚକର ଭାବେ ପରାସ୍ତ କରିଛି। ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆଠାରୁ ୪-୧ରେ ସିରିଜ ବିଜୟୀ ହୋଇଛି। ମ୍ୟାଚ ଜିତିବା ପରେ କ୍ୟାପଟେନ ସୂର୍ଯ୍ୟକୁମାର କହିଥିଲେ କେଉଁ ଫର୍ମୁଲା ତାଙ୍କୁ ମ୍ୟାଚ ଜିତିବାରେ ସାହାଯ୍ୟ କରିଛି।

ଭାରତ ବନାମ ଅଷ୍ଟ୍ରେଲିଆର ପଞ୍ଚମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ହରାଇ୧୬୦ ରନ ସଂଗ୍ରହ କରିଥିଲା। ଶ୍ରେୟସ ଆୟର ଭାରତ ପାଇଁ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଆୟର ୩୭ ବଲରେ ୫୩ ରନର ଇନିଂସ ଖେଳିଥିଲେ, ଯେଉଁ କାରଣରୁ ଦଳର ସ୍କୋର ୧୬୦ରେ ପହଞ୍ଚିପାରିଥିଲା। କିଛି ସମୟ ପାଇଁ ଲାଗୁଥିଲା ଭାରତ ମ୍ୟାଚ ହାରିବ, କିନ୍ତୁ ଭାରତୀୟ ଦଳ ମାପିଚୁପି ବୋଲିଂ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ମ୍ୟାଚ ଜିତିବା ପରେ ସୂର୍ଯ୍ୟ କିପରି ହାରିଯାଇଥିବା ମ୍ୟାଚ ଜିତିଲେ ତାହା କହିଥିଲେ।

ସୂର୍ଯ୍ୟକୁମାର ଯାଦବ କହିଥିଲେ ଆରମ୍ଭରୁ ଆମେ ସମସ୍ତ ଖେଳାଳିଙ୍କୁ କହିଥିଲୁ ସେମାନଙ୍କୁ ନିର୍ଭୟରେ ଖେଳିବାକୁ ପଡ଼ିବ। ମ୍ୟାଚର ଫଳାଫଳ ଯାହା ବି ହେଉ, ଆମକୁ କେବଳ ଖେଳକୁ ଉପଭୋଗ କରିବାକୁ ପଡିବ। ଯେତେବେଳେ ଅଷ୍ଟ୍ରେଲିଆ ୧୦ ଓଭର ପାଇଁ ବ୍ୟାଟିଂ କଲା, ସମସ୍ତେ ଅନୁଭବ କଲେ ଆମେ ମ୍ୟାଚ ହରାଇବୁ, କିନ୍ତୁ ମୁଁ ସମସ୍ତଙ୍କୁ କହିଥିଲି ଆମେ ଖେଳରେ ଅଛୁ, କେବଳ ମ୍ୟାଚ ଉପଭୋଗ କର। ଯଦିଓ ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୦୦ ରନର ପିଛା କରିବା ସହଜ, କିନ୍ତୁ ଅଷ୍ଟ୍ରେଲିଆ ପାଇଁ ୧୬୧ ର ଲକ୍ଷ୍ୟ କଷ୍ଟସାଧ୍ୟ ଥିଲା ଏବଂ ଆମେ ମ୍ୟାଚ ଜିତିଥିଲୁ।

 

Share