ଘରେ ମାଛ ରଖିବା କେତେ ଶୁଭ!

ଆକ୍ୱାରିୟମ୍‌ରେ ମାଛ ଖୁସିରେ ପହଁରୁଥିବାର ଦେଖିଲେ ଭାରାକ୍ରାନ୍ତ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କୁହାଯାଏ, ମାଛମାନେ ଯେମିତି ଚଳଚଞ୍ଚଳ, ସେମାନଙ୍କୁ ଘରେ ରଖିଲେ ଘରର ବାତାବରଣ ବି କୁଆଡ଼େ ସେମିତି ହୋଇଯାଏ। ଏପରି କି ମାଛ ରଖିବା ଦ୍ୱାରା ଘରେ ବହୁତ ଉନ୍ନତି ମଧ୍ୟ ହୋଇଥାଏ। ତେବେ ଆକ୍ୱାରିୟମ୍‌ରେ ମାଛ ରଖିବାକୁ ନେଇ ବାସ୍ତୁଶାସ୍ତ୍ରରେ କ’ଣ ସବୁ ନିୟମ ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ…
*ବାସ୍ତୁଶାସ୍ତ୍ର ଅନୁଯାୟୀ, ଆକ୍ୱାରିୟମ୍‌ରେ ସର୍ବଦା ୯ଟି ମାଛ ରଖିବା ଶୁଭ ହୋଇଥାଏ। ଆଉ ସେହି ୯ଟି ମାଛ ମଧ୍ୟରେ ୮ଟି ଗୋଲ୍ଡ ଫିଶ୍‌ ଆଉ ଗୋଟିଏ କଳା ମାଛ ରହିଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।
*ଗୋଲ୍ଡ ଫିଶ୍‌କୁ ସାଧାରଣତଃ ଧନର ପ୍ରତୀକ ବୋଲି କୁହାଯାଏ। ଅନ୍ୟପକ୍ଷେ କଳାମାଛଟି ସୁରକ୍ଷାର ପ୍ରତୀକ ଭାବେ ଘରକୁ ନକାରାତ୍ମକ ଉର୍ଜା ତଥା ଖରାପ ନଜରରୁ ରକ୍ଷା କରିଥାଏ। ତେଣୁ ଯଦି କେବେ ଆକ୍ୱାରିୟମ୍‌ରେ ରଖିଥିବା କଳାମାଛଟିକୁ ଅଚାନକ୍‌ ମରିଥିବାର ଦେଖନ୍ତି, ତା’ହେଲେ ସେଥିରୁ ଜାଣିଯିବେ ଯେ, ଘର ମଧ୍ୟକୁ କିଛି ଖରାପ ଶକ୍ତି ପ୍ରବେଶ କରିଛି।
*ସଙ୍ଗେସଙ୍ଗେ ଯାଇ ଆଉ ଗୋଟିଏ ଜିଅନ୍ତା କଳାମାଛ ଆଣି ଆକ୍ୱାରିୟମ୍‌ରେ ରଖିଦେବେ ଏବଂ ମୃତ ମାଛଟିକୁ ଏଣେତେଣେ ନ ଫୋପାଡି ଚଳନ୍ତା ପାଣିରେ ଭସାଇଦେବେ ନଚେତ୍‌ ମାଟିଖୋଳି ପୋତିଦେବେ।
*ସେହିପରି ଗୋଲ୍ଡଫିଶ୍‌ ମରିଗଲେ, ପୁଣି ନୂଆ ଗୋଲ୍ଡ ଫିଶ୍‌ ଆଣି ସେ ସ୍ଥାନରେ ରଖିଦେବେ। ସର୍ବଦା ନଜର ଦେବେ, ଆକ୍ୱାରିୟମ୍‌ରେ ୯ଟି ମାଛ ଯେମିତି ରହୁଥିବେ।