ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ ଅନ୍ୟ ଏକ ବର୍ଗ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଉଛନ୍ତି। ତେବେ ପୁରୁଷ କମିଶନ ଗଠନର ଯଥାର୍ଥତା ଅଛି କି ନାହିଁ ଏହି ପ୍ରସଙ୍ଗ ଉଠାଇବାର ମୂଳ ଉଦ୍ଦେଶ୍ୟ କ’ଣ ଟିକେ ଦୃଷ୍ଟି ପକାଇବା। ପ୍ରଥମେ କିଛି ଘଟଣା ଓ ମତ ଉପରେ ଆଲୋଚନା କରିବା ପରେ ଯାଇ ବିଚାରକରିବା ପୁରୁଷ ଆଇନର କେତେ ଆବଶ୍ୟକତା ଅଛି ଆଉ କେତେ ଅନାବଶ୍ୟକ।
ପୂର୍ବରୁ ଆଲୋଚନା କରିଛନ୍ତି ବହୁଚର୍ଚ୍ଚିତ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବିଷୟରେ ପୁଣି ଦେହରୁ କ୍ଷତ ଲିଭିନି ଆଉ ଏକ ଆତ୍ମହତ୍ୟା ମାନବ ଶର୍ମା କରିଛନ୍ତି। ସେ ବି ମଧ୍ୟ ସମାନ ଭାବେ ସ୍ତ୍ରୀଙ୍କଠାରୁ ଅତ୍ୟାଚାରିତ ହୋଇ ପ୍ରାଣ ତ୍ୟାଗ କରିଛନ୍ତି। ତେବେ ଏଠି ଗୋଟିଏ ପ୍ରଶ୍ନ ଆସୁଛି କ’ଣ ସତରେ ପୁରୁଷ ଏତେ ଦୁର୍ବଳ ହୋଇଗଲାଣି ଯେ କିଛି ରାସ୍ତା ନ ପାଇ ଆତ୍ମହତ୍ୟାର ବାଟ ବାଛିନେଉଛି। ଏମିତି ବହୁ ଘଟଣା ଏବେ ଘଟୁଛି ଏବଂ ଅତୀତରେ ମଧ୍ୟ ଘଟିସାରିଛି। ତେବେ ଅସଂଖ୍ୟ କୁଆ ଆଗେ ଗୋଟିଏ ପାରାର ରାବ ଶୁଭିପାରିନାହିଁ। ଅନେକ ସମୟରେ ମହିଳାଙ୍କୁ ସୁରକ୍ଷା ପାଇଁ କରାଯାଇଥିବା ଆଇନକୁ ସେମାନେ କିଛି ସ୍ଥାନରେ ଅସ୍ତ୍ର ରୂପେ ଅପବ୍ୟବହାର କରୁଛନ୍ତି।
ଯଦି ଦେଖିବା ଗତ ୨ ଦଶନ୍ଧି ମଧ୍ୟରେ ମହିଳାମାନେ ଅଧିକ ସଂଖ୍ୟାରେ ମାମଲା ଦାୟର କରୁଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମାମଲା ପ୍ରତିଶୋଧପରାୟଣତାରୁ ହେଉଛି। ୨୦୨୦ରେ ଏହିପରି ଜଣେ ମହିଳା ତାଙ୍କର ପୁରୁଷ ବନ୍ଧୁଙ୍କ ନାମରେ ବଳାତ୍କାର ମାମଲା ଦାଏର କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ଏହା ଗ୍ରହଣଯୋଗ୍ୟ ହେଲାନାହିଁ। ଏହିପରି ଅନେକ ଘଟଣା ଘଟୁଛି। ଏହାର ଅର୍ଥ ନୁହେଁ, ମହିଳାମାନେ ନିର୍ଯାତିତା ହେଉନାହାନ୍ତି କିମ୍ବା ସବୁ ମାମଲା ଉଦ୍ଦେଶ୍ୟମୂଳକ। କିନ୍ତୁ କହିବାର କଥା ହେଉଛି, ପୁରୁଷଙ୍କ ଉପରେ ମିଛ ମାମଲାର ସଂଖ୍ୟା ବଢୁଛି ଏବଂ ଜଣେ ବ୍ୟକ୍ତି ଦଣ୍ଡପାଇ ନିର୍ଦ୍ଦୋଷରେ ଖଲାସ ହେଉଥିବା ଦେଖିବାକୁ ମିଳୁଛି। ଏସବୁ ଘଟଣାବଳୀର ତର୍ଜମା କଲେ, ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ପୁରୁଷମାନେ ଏଭଳି ମିଛ ମାମଲାରୁ ସୁରକ୍ଷା ପାଇବାଯୋଗ୍ୟ। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଓକିଲ ମହେଶ କୁମାର ତିୱାରୀ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ପୁରୁଷ କମିଶନ ଗଠନ ଲାଗି ଆବେଦନ କରିଥିଲେ। ଉକ୍ତ ଆବେଦନରେ ୨୦୨୧ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟକୁ ଆଧାରକରି ଦର୍ଶାଇଥିଲେ ଏବଂ ସେ ଯୁକ୍ତି ବାଢ଼ି କହିଥିଲେ, ୩୩.୨ ଓ ୪.୮ ପ୍ରତିଶତ ପୁରୁଷ ପାରିବାରିକ ଓ ବିବାହଜନିତ ସମସ୍ୟା ଯୋଗୁ ଆତ୍ମହତ୍ୟା କରିଛନ୍ତି। ଏହି ତଥ୍ୟ ପ୍ରମାଣ କରୁଛି କି, ପୁରୁଷ ନିର୍ଯାତନା କେତେ ଗୁରୁତର ହେବାକୁ ଯାଉଛି ଏବଂ ମହିଳା ସୁରକ୍ଷା ଆଇନର କିପରି ଅପବ୍ୟବହାର ହେଉଛି। କିନ୍ତୁ ଏହା ସତ୍ତ୍ବେ ପୁରୁଷ କମିଶନ ଗଠନ ପ୍ରସ୍ତାବକୁ ସୁପ୍ରିମ କୋର୍ଟ ୨୦୨୩ ଜୁଲାଇରେ ଖାରଜ କରିଦେଇଥିଲେ।
କର୍ମକ୍ଷେତ୍ରରେ ହେଉ କିମ୍ବା ଘରେ ଯଦି ଜଣେ ପୁରୁଷ କ’ଣ ଟିକେ କହିଦେଉଛନ୍ତି, ମହିଳା ଜଣକ ଆଇନ ବ୍ୟବସ୍ଥାକୁ ଢାଲକରି ଅଭିଯୋଗ ଲଗାଉଛି, ଡରାଉଛି ବା ଧମକାଉଛି। ତେଣୁ ପୁରୁଷଟିଏ ଲୋକଲଜ୍ଜାରେ ଚୁପ୍‌ ରହୁଛି। କେତେକେ ମୁହଁଖୋଲି ବିବାଦ, ଛାଡ଼ପତ୍ର ବା ଆପୋସ ସମାଧାନ କରୁଛନ୍ତି କିମ୍ବା ଅତୁଲ ସୁଭାଷଙ୍କ ଭଳି ଜୀବନ ହାରିଦେଉଛନ୍ତି। ଏହା ନିଶ୍ଚିନ୍ତ ଯେ, ବର୍ତ୍ତମାନ ଯୌତୁକ ନିର୍ଯାତନା ହାର କମିଛି। କିନ୍ତୁ ସୋସିଆଲ ମିଡିଆରେ ବ୍ଲାକ୍‌ମେଲିଂ, ପରକୀୟା ପ୍ରୀତି ଆଦି ଅପରାଧ ବଢ଼ିଛି। ପୁରୁଷ ଓ ମହିଳା ସମକକ୍ଷ ହୋଇଯିବାରୁ ନିଜ ନିଜର ଅଧିକାର ପାଇଁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲିଯାଉଛନ୍ତି। ତେଣୁ ସମାଜରେ ପୁରୁଷ ଆତ୍ମହତ୍ୟା ହେଉ କିମ୍ବା ଇଞ୍ଜିିନିୟର ଅତୁଲଙ୍କ ମାମଲା ସମାଜ ପାଇଁ ଏକ ଚେତାବନୀ। ଏଥିପାଇଁ ନ୍ୟାୟ ବ୍ୟବସ୍ଥା ଦାୟୀ। ଯଦି ଅଧିକ ସଂଖ୍ୟାରେ ଥିବା କୌଣସି ଗୋଷ୍ଠୀ ନିର୍ଯାତିତ କିମ୍ବା ପ୍ରଭାବିତ ହେଉଥା’ନ୍ତି ତାଙ୍କ ସୁରକ୍ଷା ପାଇଁ କମିଶନ ଗୋଟିଏ ପ୍ଲାଟ୍‌ଫର୍ମ ଭଳି କାମକରେ; ଯେମିତି ସଂଖ୍ୟାଲଘୁ ଓ ଏସ୍‌ସିଏସ୍‌ଟି କମିଶନ। ଥାନା କଚେରି ନ ଦେଇ ଆଇନ ପରିସର ଭିତରେ ଆପୋସ ସମାଧାନ ପାଇଁ କମିଶନ କାର୍ଯ୍ୟ କରିଥାଏ। ପୁରୁଷ କମିଶନର ଆବଶ୍ୟକତା ନାହିଁ। ମହିଳା କମିଶନରେ ଉଭୟ ମହିଳା ଓ ପୁରୁଷ ପକ୍ଷଙ୍କ ଅଭିଯୋଗ ଶୁଣି ବିଚାର କରାଯାଏ। କାହାକୁ ଦଣ୍ଡ ଦେବା ଲାଗି କମିଶନର ଅଧିକାର ନାହିଁ। ସେମାନେ କେବଳ କାଉନ୍‌ସେଲିଂ ମାଧ୍ୟମରେ ସମାଧାନ କରନ୍ତି କିମ୍ବା ପୋଲିସକୁ କେସ୍‌ ବିଷୟରେ ଜବାବ ମାଗନ୍ତି। ପୁରୁଷ କମିଶନ ହେଲେ ସମାଜରେ ବିଭକ୍ତୀକରଣ ସୃଷ୍ଟିହେବ। ଅର୍ଥାତ୍‌ କିଛି ଅସୁବିଧା ହେଲେ ମାଆ, ସ୍ତ୍ରୀ ବା ଭଉଣୀ ମହିଳା କମିଶନକୁ ଯିବେ ଆଉ ବାପା, ଭାଇ, ସ୍ବାମୀ ମଧ୍ୟ ପୁରୁଷ କମିଶନକୁ ଯିବେ। ଏମିତି ହେଲେ ପରିବାର ବିଭକ୍ତ ହୋଇଯିବ। ଏଣୁ ଯେଉଁ ଆଇନ ବ୍ୟବସ୍ଥା ଅଛି ତାକୁ ସୁଦୃଢ଼ କରାଯାଉ ଏବଂ କୋର୍ଟରେ ତାରିଖ ନ ଗଡ଼ାଇ ମାମଲାର ବିଚାର ଯଥାଶୀଘ୍ର କରାଯାଉ।
ଯଦି ଅନ୍ୟ ଦିଗଟି ଦେଖିବା, ଅର୍ଥାତ୍‌ ପୁରୁଷ କମିଶନର ଆବଶ୍ୟକତାକୁ ନେବା ତେବେ ଏହାର ଯଥାର୍ଥତା ଅନେକ ରହିଛି। କାରଣ ଲିଙ୍ଗଗତ ଦୃଷ୍ଟିରୁ ଯଦି ପୁରୁଷ ମହିଳା ସମାନ ତେବେ ଏହା ଗଠନ ହେବା କଥା ନିଶ୍ଚିନ୍ତ। କାରଣ ଏକ ରିପୋର୍ଟକୁ ଆଧାରକରି ଯଦି ନେବା ଭାରତରେ ପ୍ରତି ଘଣ୍ଟାରେ ପ୍ରାୟ ୪ଜଣ ଓ ବର୍ଷକୁ ୩୧,୫୦୦ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଏହା କହିବାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ପାଇଁ ଯଦି ଏତେ ଆଇନ ବ୍ୟବସ୍ଥା ଥାଇ ମଧ୍ୟ ସେମାନେ ସୁରକ୍ଷିତ ନୁହନ୍ତି ତେବେ ପୁରୁଷମାନେ ମଧ୍ୟ ମଣିଷ, ତାଙ୍କ ପାଇଁ କୌଣସି ଆଇନ ବ୍ୟବସ୍ଥା ହିଁ ନାହିଁ, ତେବେ ସେମାନେ କେତେ ସୁରକ୍ଷିତ ହୋଇପାରିବେ। ଉପରେ ଆଲୋଚନା କରିଥିଲେ କି କିପରି କେତେଜଣ ମହିଳା ଆଇନର ଅପବ୍ୟବହାର କରୁଛନ୍ତି। ତେବେ ଯେଉଁ ନିରୀହ ମହିଳାଙ୍କ ପାଇଁ ଆଇନ ଗଢ଼ାଯାଇଛି ସେମାନେ ତାହାର ଲାଭ ଉଠାଇପାରୁ ନାହାନ୍ତି ବରଂ କେତେଜଣ ମହିଳା ଏହାର ଅପବ୍ୟବହାର କରୁଛନ୍ତି। ତେବେ ପୁରୁଷ କମିଶନ ଗଠନ କରିବାରେ କ’ଣ ଅସୁବିଧା। ଗଠନ ହେଲେ କେତେକେ ଏହାର ଅପବ୍ୟବହାର କରିବେ ଆଉ କେତେଜଣ ପୁରୁଷ ତ ସୁରକ୍ଷା ପାଇପାରିବେ। ତେବେ ବେଳ ଥାଉ ଥାଉ କାହିଁକି ବନ୍ଧ ନ ବାନ୍ଧିବା। ନଚେତ୍‌ ଦିନ ଆସିବ ମହିଳାମାନେ ଯେପରି ଅବସ୍ଥା ଭୋଗୁଥିଲେ ସେହି ଅବସ୍ଥା ପୁରୁଷମାନେ ଭୋଗିବାକୁ ପ୍ରସ୍ତୁତ ହୋଇଯିବେ।

ରାନୀ ନାୟକ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

Mahesh Babu Summon: ଦକ୍ଷିଣ ଭାରତୀୟ ଅଭିନେତା ମହେଶ ବାବୁଙ୍କୁ EDର ସମନ

ଚେନ୍ନାଇ,୨୨।୪: ହାଇଦ୍ରାବାଦସ୍ଥିତ ରିଅଲ ଇଷ୍ଟେଟ ଫାର୍ମରେ ମନି ଲଣ୍ଡରିଂ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଭିନେତା ମହେଶ ବାବୁଙ୍କୁ ଏପ୍ରିଲ ୨୭ ରେ ହାଜର ହେବାକୁ...

IPL 2025 ମଧ୍ୟରେ CSKର ଏହି ଖେଳାଳିଙ୍କ ପିତାଙ୍କ ମୃତ୍ୟୁ, ଭାଙ୍ଗିପଡିଲେ…

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025ର ୩୮ତମ ମ୍ୟାଚରେ, ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୯ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ଯେତେବେଳେ...

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ନରମିଲେ Russia ରାଷ୍ଟ୍ରପତି ପୁଟିନ

ମସ୍କୋ,୨୨।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଇରାନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସହଭାଗୀତା ଚୁକ୍ତିକୁ ଅନୁମୋଦନ କରିଛନ୍ତି। ପୂର୍ବରୁ, Russia ସଂସଦ ଏହି...

ବଢୁଛି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଟ୍ରମ୍ପ ସରକାରଙ୍କ ମଧ୍ୟରେ ବିବାଦ

ଓ୍ବାଶିଂଟନ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ୨.୨ ବିଲିୟନ ଡଲାରର ପାଣ୍ଠି...

ନବଗ୍ରହ ମନ୍ଦିରରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟିନେଲେ…

ସାବରଙ୍ଗ,୨୨।୪(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନରସିଂହପୁର ପଞ୍ଚାୟତର ବାଣପୁର ଗ୍ରାମରେ ଥିବା ନବଗ୍ରହ ମନ୍ଦିରରୁ ସୋମବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଛି।...

Pop Francis Death: ଫ୍ରାନ୍ସିସଙ୍କ ପରଲୋକରେ ଭାରତରେ ୩ ଦିନିଆ ଶୋକ, ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା

ନୂଆଦିଲ୍ଲୀ,୨୨।୪: ପୋପ ଫ୍ରାନ୍ସିସଙ୍କ ଦେହାନ୍ତରେ ଭାରତ ସରକାର ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ସୋମବାର Pop Francisଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ...

IPL 2025: ପ୍ରିତୀ ଜିଣ୍ଟାଙ୍କୁ ନିଜ ପୁଅର ଭିଡିଓ ଦେଖାଇଲେ ବିରାଟ କୋହଲି, ହସି ପକାଇଲେ ଅଭିନେତ୍ରୀ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୨୨।୪: ରବିବାର ଅନୁଷ୍ଠିତ IPL 2025 ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୭ ୱିକେଟରେ ପରାସ୍ତ କରି ପୂର୍ବ ପରାଜୟର ପ୍ରତିଶୋଧ ନେଇଛି।...

ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର,୨୨ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image