ସଲମାନଙ୍କ ସହିତ ଏବେ କେମିତି ଅଛି କ୍ୟାଟ୍ରିନାଙ୍କ ସମ୍ପର୍କ, ଏନେଇ ମୁହଁ ଖୋଲିଲେ ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଦବଙ୍ଗ ଖାନ୍‌ ସଲମାନଙ୍କ ଯୋଡ଼ିକୁ ପ୍ରଶଂସକ ଖୁବ୍‌ ପସନ୍ଦ କରନ୍ତି। ଆଜିକାଲି ଏହି ଯୋଡ଼ି ‘ଟାଇଗର-୩’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ପର୍‌ଫର୍‌ମାନ୍ସକୁ ନେଇ କ୍ୟାଟ୍ରିନାଙ୍କୁ ପ୍ରଶଂସା ମିଳୁଛି।

କ୍ୟାଟ୍‌ ନିଜର ଫିଲ୍ମ ସହିତ ଷ୍ଟାଇଲ୍‌, ଜବରଦସ୍ତ ଡ୍ୟାନ୍ସ, ବ୍ୟକ୍ତିଗତ ଜୀବନଠାରୁ ନେଇ ସବୁକିଛି ଚର୍ଚ୍ଚାରେ ରହିଥାନ୍ତି। ଏହି ଅଭିନେତ୍ରୀ ୨୦୨୧ରେ ବିକି କୌଶଲଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। କ୍ୟାଟ୍ରିନା ଏବଂ ବିକି ସେମାନଙ୍କ ସମ୍ପର୍କକୁ ନେଇ କାହାକୁ ଜଣାଇ ନ ଥିଲେ। କ୍ୟାଟ୍ରିନା ଏବେ ତାଙ୍କର ଫିଲ୍ମ ‘ଟାଇଗର-୩’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ସେ ଜୟା ଭୂମିକାରେ ଅଭିନୟ କରିଛନ୍ତି ଏବଂ ତାଙ୍କ ବିପକ୍ଷରେ ନାୟକ ରହିଛନ୍ତି ସଲମାନ। ଏହି ଦୁହିଁଙ୍କ ଯୋଡ଼ିକୁ ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି।

ଏହା ମଧ୍ୟରେ ସଲମାନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି କ୍ୟାଟ୍ରିନା। ସେ କହିଛନ୍ତି, ସଲମାନଙ୍କ ସହ ପ୍ରଫେସନାଲ ସମ୍ପର୍କ ବହୁତ ଭଲ। ସେ ଆହୁରି ମଧ୍ୟ କହିଛନ୍ତି, ସଲମାନଙ୍କ ସହ ଯେକୌଣସି ସିନ୍‌ କରିବାକୁ ସେ ବେଶ୍‌ କମ୍ଫର୍ଟଟେବୁଲ୍‌ ମନେ କରନ୍ତି। କ୍ୟାଟ୍ରିନା କହିଛନ୍ତି, ଆମ ଦୁହିଁଙ୍କ ମଧ୍ୟରେ ପରସ୍ପର ପ୍ରତି ବହୁତ ଭଲପାଇବା ଏବଂ ସମ୍ମାନ ରହିଛି। ତାଙ୍କ ସହିତ ପ୍ରତିଦିନ ଏକ ନୂଆ ଅନୁଭବ ଦେଇଥାଏ। ଯାହା କଳ୍ପନା ବାହାରେ।

କହିରଖୁଛୁ, ସଲମାନ ଏବଂ କ୍ୟାଟ୍ରିନା ‘ଏକ ଥା ଟାଇଗର’, ‘ଟାଇଗର ଜିନ୍ଦା ହ’ୈ, ‘ମେନେ ପ୍ୟାର୍‌ କୁଁ୍ୟ କିୟା’, ‘ଯୁବରାଜ’ ଏବଂ ‘ଟାଇଗର-୩’ ପରି ଫିଲ୍ମରେ ଏକାଠି କାମ କରିଛନ୍ତି। ଦର୍ଶକମାନେ ମଧ୍ୟ ଉଭୟଙ୍କ କେମିଷ୍ଟ୍ରିକୁ ବେଶ୍‌ ପସନ୍ଦ କରିଛନ୍ତି।

Share