Posted inଜାତୀୟ

ନୀତୀଶ-ଚନ୍ଦ୍ରାବାବୁଙ୍କ ସହ କେମିତି ଅଛି ମୋଦିଙ୍କ ସମ୍ପର୍କ

ନୂଆଦିଲ୍ଲୀ,୬।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ଏନଡିଏରେ ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢିଛି। ଟିଡିପିର ଏନ ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁର ନୀତୀଶ କୁମାର ହୁଏତ ଏନଡିଏରେ ରହିବା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିବା କଥା କହୁଛନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଉତ୍ଥାନ-ପତନ ରହିଛି। ଉଭୟ ଏନଡିଏ ଛାଡିଥିଲେ ମଧ୍ୟ ଲୋକ ସଭା ନିର୍ବାଚନ ପୂର୍ବରୁ ଏନଡିଏକୁ ଫେରିଥିଲେ। ଯଦି ମୋଦି ଏବଂ ନୀତୀଶ କୁମାରଙ୍କ ସମ୍ପର୍କକୁ ଦେଖିବା, ତେବେ ୨୦୧୩ରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦିଙ୍କ ନାମ ପ୍ରଥମେ ଆସିବା ପରଠାରୁ ଏହା ଖରାପ ହେବାରେ ଲାଗିଲା। ଏହା ପରେ ନୀତୀଶ କୁମାର ଏନଡିଏଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ପରେ ପୁଣି ଭାଜପାକୁ ଫେରିଥିଲେ। ଏହା ପରେ ମଧ୍ୟ ସେ ଦୁଇଥର ଭାଜପା ଛାଡିଛନ୍ତି।
ମୋଦି ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସମ୍ପର୍କରେ ବହୁତ ଦୂରତା ମଧ୍ୟ ଆସିଛି। ୨୦୧୮ ପର୍ଯ୍ୟନ୍ତ ନାଇଡୁଙ୍କ ଡିଡିପି କେବଳ ଏନ୍‌ଡିଏରେ ଅନ୍ତର୍ଭୂକ୍ତ କରାଯାଇଥିଲା। ଏନଡିଏ ଠାରୁ ଅଲଗା ହେବା ପରେ ଟିଡିପି ମାର୍ଚ୍ଚ ୨୦୧୮ରେ ମୋଦି ସରକାରଙ୍କ ବିରୋଧରେ ସଂସଦରେ ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ହେଁ ଏହି ପ୍ରସ୍ତାବ ଖାରଜ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆର ଟେନ୍‌ସନ୍‌ ବଢିଲା: ରିଷଭ ପନ୍ତଙ୍କ ପରେ ଏହି ଖେଳାଳି ଆହତ

ବେଙ୍ଗାଲୁରୁ,୧୮।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସୱାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି।...

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ...

ଭାରତ-କାନାଡା ପରସ୍ପର ଉପରେ ପ୍ରତିବନ୍ଧକ ଲଗାଇଲେ କାହାର ହେବ ବେଶୀ କ୍ଷତି: ଜାଣନ୍ତୁ

ନୂଆଦିଲ୍ଲୀ,୧୮।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri