Posted inଜାତୀୟ

ନିର୍ବାଚନ ଫଳାଫଳ ପରେ କେତେଦିନ ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ଜରୁରୀ? ନହେଲେ ରାଜ୍ୟପାଳ ନେଇପାରନ୍ତି ଏହି ବଡ଼ ଆକ୍ସନ…

ନୂଆଦିଲ୍ଲୀ,୩୦।୧୧: ନିକଟରେ ଦୁଇ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ମହାରାଷ୍ଟ୍ରରେ ଭାଜପା ବିସ୍ମୟକର ବିଜୟ ହାସଲ କରିଥିବାବେଳେ ଝାଡଖଣ୍ଡରେ ଜେଏମଏମ ଝଡ ସୃଷ୍ଟି କରି ପୁର୍ନବାର କ୍ଷମତାକୁ ଫେରିଛି। ତେବେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶପଥ ନେଇ ସାରିଥିବାବେଳେ ମହାରାଷ୍ଟ୍ରରେ ଏବେ ବି ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ ଲାଗି ରହିଛି। କୁହାଯାଉଛି ଯେ, ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଡିସେମ୍ବର ପ୍ରଥମ ସପ୍ତାହରେ ହେବ, କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତା’ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। କିନ୍ତୁ ତାଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ବିଜୟ ପରେ କ୍ରମାଗତ ଭାବରେ ବିବୃତ୍ତି ଆସୁଛି ଯେଉଁଥିରେ କୁହାଯାଇଛି ଯେ, ଭାଜପା ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ। ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନିଅନ୍ତି ତାହା ଗ୍ରହଣ କରାଯିବ।

ସିଏମଙ୍କ ନାମରେ ଏବେବି ସସପେନ୍ସ ରହିଛି, ତେଣୁ ପ୍ରଶ୍ନ ଉଠୁଛି ଯେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବା କେତେ ଦିନ ବାଧ୍ୟତାମୂଳକ? ଯଦି ଏହା ନହୁଏ ତେବେ କଣ ହେବ? ଆସନ୍ତୁ ଜାଣିବା…

ସୁପ୍ରିମକୋର୍ଟର ଆଇନଜୀବୀ ଆଶିଷ ପାଣ୍ଡେ କହିଛନ୍ତି ଯେ ର୍ନିବାଚନ ଫଳାଫଳ ଘୋଷଣା ହେବା ପରେ ସିଏମ ଭାବରେ ଶପଥ ଗ୍ରହଣ କରିବା କେତେ ଦିନ ବାଧ୍ୟତାମୂଳକ ତାହା ଉପରେ ଭାରତର ସମ୍ବିଧାନରେ କୌଣସି ସ୍ପଷ୍ଟ ନିୟମ ନାହିଁ, କିନ୍ତୁ ବିଧାନସଭାର କାର୍ଯ୍ୟକାଳ ନିଶ୍ଚିତ ଭାବରେ ୫ ବର୍ଷ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବରର ଶେଷ ସପ୍ତାହରେ ଶେଷ ହୋଇଛି।

ସାଧାରଣତଃ, ଯେକୌଣସି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ୧ରୁ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଏ କିମ୍ବା ଶପଥ ଗ୍ରହଣ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥାଏ। ଯଦି କୌଣସି ଦଳ ସରକାର ଗଠନ କରିବାକୁ ଦାବି କରନ୍ତି ନାହିଁ, ତେବେ ଏପରି ପରିସ୍ଥିତିରେ ରାଜ୍ୟପାଳ ସର୍ବାଧିକ ଭୋଟ ଜିତଥିବା ଦଳକୁ ସରକାର ଗଠନ କରିବାକୁ କୁହନ୍ତି। ଯଦି ସର୍ବାଧିକ ଭୋଟ ଜିତିଥିବା ରାଜନୈତିକ ଦଳ ରାଜ୍ୟରେ ସରକାର ଗଠନ କରିବାରେ ଅସମର୍ଥ ତେବେ ରାଜ୍ୟପାଳ ଦ୍ୱିତୀୟ ବୃହତ୍ତମ ଦଳକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିପାରିବେ।

ଯଦି ରାଜ୍ୟରେ ସରକାର ଗଠନ କରିବାରେ ବହୁ ବିଳମ୍ବ ହେଉଛି, ତେବେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିବାକୁ ରାଜ୍ୟପାଳଙ୍କର ଅଧିକାର ରହିଛିି। ଏଭଳି ପରିସ୍ଥିତିକୁ ‘ରାଜ୍ୟ ଜରୁରୀକାଳୀନ ପରିସ୍ଥିତି’ ବା ‘ସାମ୍ବିଧାନିକ ଜରୁରୀକାଳୀନ ପରିସ୍ଥିତି’ ମଧ୍ୟ କୁହାଯାଏ।

ଭାରତୀୟ ସମ୍ବିଧାନର ଧାରା ୩୫୬ ରେ କୁହାଯାଇଛି ଯେ, ଯେତେବେଳେ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ଠାରୁ ଏକ ରିପୋର୍ଟ ମିଳିଥାଏ କିମ୍ବା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର କାର୍ଯ୍ୟକାରୀ ହୋଇପାରିବେ ନାହିଁ ଏହି ସମୟରେ ରାଷ୍ଟ୍ରପତି ଶାସନ ଲାଗୁ ହୁଏ । ପ୍ରାରମ୍ଭିକ ପର୍ଯ୍ୟାୟରେ, ରାଷ୍ଟ୍ରପତି ଶାସନ ୬ମାସ ପାଇଁ ବୈଧ। କିନ୍ତୁ ଯଦି ଆବଶ୍ୟକ ହୁଏ ତେବେ ଏହାକୁ ୬ ମାସରୁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।

ତେବେ ମହାରାଷ୍ଟ୍ର କ୍ଷେତ୍ରରେ ଏଭଳି ପରିସ୍ଥିତି ଦୃଶ୍ୟମାନ ହେଉନାହିଁ, କିନ୍ତୁ ଆଗାମୀ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ ପାଇବ ବୋଲି ଦାବି କରାଯାଉଛି। ଏଭଳି ପରିସ୍ଥିତିରେ ଏକନାଥ ଶିନ୍ଦେ କିମ୍ବା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନା କିଛି ନୂଆ ଚେହେରା ସାମ୍ନାକୁ ଆସିବ ତାହା ଦେଖିବା ବାକି ରହିଲା।

ତେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭେଟେରାନ ଭାଜପା ନେତା ଦେବେନ୍ଦ୍ର ଫଡନାଭିସ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ଯେଉଁଥିରେ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେଙ୍କୁ ଡେପୁଟି ସିଏମ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ...

ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା

ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ...

ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦୀ ଆରବ ପହଞ୍ଚିଥିଲେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ପହଲଗାମ ଛାତିଥରା ଆକ୍ରମଣ ପଛରେ ପାକିସ୍ତାନ ହାତ, ଖୋଜି ଖୋଜି ହିନ୍ଦୁଙ୍କୁ ଗୁଳି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ, ୨୨।୪: ଭାରତ ଇତିହାସରେ ଏହି ତାରିଖ ସମୂହିକ ସ୍ମୃତିରେ ଚିରସ୍ଥାୟୀ ହୋଇ ରହିବ। ଯେଉଁଦିନ ଆତଙ୍କବାଦୀମାନେ ଭାରତର “ମିନି ସ୍ୱିଜରଲ୍ୟାଣ୍ଡ” କୁହାଯାଉଥିବା ପହଲଗାମର ଅପୂର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image