ଶରୀରରେ କେତେ ଦିନ ରୁହେ କରୋନା ଆଣ୍ଟିବଡ଼ି, ବିଶେଷଜ୍ଞ କହିଲେ ଏପରି…

ରୋମ୍‌,୧୩।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖା ଦେଇଛି। କରୋନା ଆକ୍ରାନ୍ତଙ୍କ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ଆଣ୍ଟିବଡ଼ି ରୁହେ ସେ ନେଇ ଇଟାଲୀର ରୋମ୍‌ ସ୍ଥିତ ଆଇଏସ୍‌ଏସ୍‌ ନ୍ୟାଶନାଲ ହେଲଥ୍‌ ଇନଷ୍ଟିଚ୍ୟୁଟର ଗବେଷକଙ୍କ ଦ୍ୱାରା ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଆକ୍ରାନ୍ତଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ି ୮ ମାସ ପର୍ଯ୍ୟନ୍ତ ଶରୀରକୁ ସୁରକ୍ଷା ପ୍ରଦାନ କରିବାକୁ ସକ୍ଷମ ହୋଇଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମିଲାନ୍‌ର ସେନ୍‌ ରାଫେଲ ହସ୍ପିଟାଲରେ ଗବେଷକ କରୋନା ଭୂତାଣୁ ଯୋଗୁ ଆକ୍ରାନ୍ତଙ୍କଠାରେ ଭବିଷ୍ୟତରେ ବହୁ ସମସ୍ୟା ଦେଖା ଯାଉଥିବା କହିଛନ୍ତିି। ଶରୀରରେ ଆଣ୍ଟିବଡ଼ି ଥିବା ପର୍ଯ୍ୟନ୍ତ ସୁରକ୍ଷା ମିଳିଥାଏ। ଏହାପରେ ପୁଣଇ ସଂକ୍ରମଣର ଆଶଙ୍କା ରହିଥାଏ। ୧୬୨ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା। ଏହି ରିପୋର୍ଟ ନେଚର କମ୍ୟୁନିକେଶନ ସାଇଣ୍ଟିଫିକ୍‌ ଜର୍ନାଲରେ ପ୍ରକାଶ ପାଇଛି। ଗବେଷକ ଶରୀରରେ କରୋନା ପ୍ରତିରୋଧୀ ଆଣ୍ଟିବଡ଼ି ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share