କେତେ ମାସ ପର୍ଯ୍ୟନ୍ତ ରହିବ କରୋନା ସଂକ୍ରମଣ, ବିଶେଷଜ୍ଞ କହିଲେ ଏପରି…

ଓ୍ବାଶିଂଟନ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନାର ଲକ୍ଷଣ ପ୍ରକାଶ ପାଇଥିବା ଲୋକଙ୍କଠାରେ ସଂକ୍ରମଣ ୬ ମାସ ପର୍ଯ୍ୟନ୍ତ ରହିଥାଏ ବୋଲି ଓ୍ବାଶିଂଟନ ବିଶ୍ୱ ବିଦ୍ୟାଳୟର ମେଡ଼ିକାଲ ସ୍କୁଲ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏନେଇ ସହକାରୀ ପ୍ରଫେସର ଅଲ୍‌ ଅଲ୍ଲୀ କହିଛନ୍ତି ଯେ, ସାମାନ୍ୟ ଲକ୍ଷଣ ପାଇଥିବା ଲୋକଙ୍କଠାରେ ବି ମୃତ୍ୟୁର ଆଶଙ୍କା ରହିଛି। ସର୍ଭେରେ ୮୭୦୦ କରୋନା ଆକ୍ରାନ୍ତଙ୍କୁ ସାମିଲ କରାଯାଇଥିଲା। ସେହିପରି ସର୍ଭେରେ ୫୦ ଲକ୍ଷ ସୁସ୍ଥ ଲୋକ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଆକ୍ରାନ୍ତ ୬ ମାସ ମଧ୍ୟରେ ପୁଣି ଡାକ୍ତରଙ୍କ ସହିତ ଶାରୀରିକ ସମସ୍ୟାକୁ ନେଇ ପରାମର୍ଶ କରିଥିଲେ। କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍‌, ସ୍ନାୟୁଗତ ସମସ୍ୟା ମାନସିକ ଦୁର୍ବଳତା, ଡାଇବେଟିସ୍‌, ହାର୍ଟ ସମସ୍ୟା, ଡାଇରିଆ, ହଜମ ପ୍ରକ୍ରିୟା ସମ୍ପର୍କିତ ସମସ୍ୟା, କିଡ୍‌ନୀ ସମସ୍ୟା, ରକ୍ତ ଜମାଟ ବାନ୍ଧିବା ସମସ୍ୟା, ଆଣ୍ଠୁଗଣ୍ଠି ଯନ୍ତ୍ରଣା, କେଶ ଉପୁଡ଼ିବା, ଅତ୍ୟଧିକ ଥକା ଲାଗିବା ଆଦି ସମସ୍ୟା ବହୁ ମାସ ପର୍ଯ୍ୟନ୍ତ ଦେଖାଯିବାର ଆଶଙ୍କା ରହିଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ପ୍ରତି ୧୦୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ୬ ମାସ ମଧ୍ୟରେ ହେବାର ଆଶଙ୍କା ରହିଛି।

Share