
ଭୁବନେଶ୍ୱର,୧୧।୩: ରାଜ୍ୟରେ ମୋଟ ୮୬୦ ଗୋଟି ଜରୁରିକାଳୀନ ମେଡିକାଲ ସେବା ଆସୁଲାନ୍ସ ମଧ୍ୟରୁ ବର୍ତ୍ତମାନ ୮୫୫ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ଅଛି। ସେହିପରି ମୋଟ ୫୦୦ ଗୋଟି ୧୦୮ ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ଅଛି। ବିଧାନସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।
ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ପରିଚାଳନା ନିମନ୍ତେ ଏକ ପ୍ରତିଯୋଗିତାମୂଳକ ପ୍ରକ୍ରିୟା ମାଧ୍ୟମରେ (open tender) ଆଗାମୀ ୫ ବର୍ଷ (ଚୁକ୍ତିନାମା ସ୍ବାକ୍ଷର ତାରିଖଠାରୁ (୧୨.୦୯.୨୦୨୪)) ପାଇଁ ମନୋନୀତ କରାଯାଇଅଛି । ନିୟମାନୁସାରେ, ସେବା ପ୍ରଦାନକାରୀ ସଂସ୍ଥା ଦ୍ବାରା ବିଭିନ୍ନ ବର୍ଗର କର୍ମଚାରୀ ଉଦ୍ଦିଷ୍ଟ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି କରିବାର ବ୍ୟବସ୍ଥା ଅଛି।
ବର୍ତ୍ତମାନ, ବାଲେଶ୍ବର ଜିଲାରେ ମୋଟ ୬୧ ଗୋଟି EMAS-୧୦୮ ଜରୁରିକାଳୀନ ମେଡିକା ଡିକାଲ ସେବା ଆମ୍ବୁଲାନ୍ସ ( (ଯଥା ୧୫ ଗୋଟି ଉନ୍ନତ ଜୀବନ ରକ୍ଷାକାର କାରୀ ଆମ୍ବୁଲାନ୍ସ (ALS) ଏବଂ ୪୬ ଗୋଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ (BLS)S) ଆମ୍ବୁଲାନ୍ସ ନିୟୋଜିତ କରାଯାଇଅଛି ।
ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ କରିଥିଲେ, ଓଡିଶାରେ ୧୦୮ ଆସୁଲାନ୍ସ ସେବା ଉପଲବ୍ଧ କରାଇବା କେତେଗୋଟି ଆସୁଲାନ୍ସ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି ; କେତେଗୋଟି ନୂତନ ତନ ଆମ୍ବୁଲାନ୍ସ ଆସିବାର ଅଛି; ଜିଲ୍ଲାୱାରୀ ଉକ୍ତ ସେବାରେ କାର୍ଯ୍ୟରତ ଅଫିସିଆଲ, ଡ୍ରାଇଭର ତଥା ତଥା ଅନ୍ୟାନ୍ୟ କର୍ମଚାରୀଙ୍କ କନ ବର୍ଗ ଅନୁଯାୟୀ ନିଯୁକ୍ତି କେଉଁ ସଂସ୍ଥାଦ୍ବାରା ହୋଇଛି।