କେତେ ଦିନ ବଲିଉଡ୍‌ର ନକଲ କରିବ, ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଇମ୍ରାନଙ୍କ ପ୍ରଶ୍ନ..

ଲାହୋର,୨୭।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରଶ୍ନ କରି କହିଛନ୍ତି ଯେ, ଆଉ କେତେ ଦିନ ବଊିଉଡ୍‌କୁ ନକଲ କରିବ, ଏବେ ନିଜର ପ୍ରକୃତ ପ୍ରତିଭାର ପରିଚୟ ଦିଅ। ସବୁବେଳେ ଓରିଜିନାଲିଟିକୁ ହିଁ ପ୍ରାଧାନ୍ୟ ମିଳିଥାଏ। ମାତ୍ର କପି ବା ନକଲ କରି କରାଯାଇଥିବା କାର୍ଯ୍ୟ ନିଜର ଗୁରୁତ୍ୱ ହରାଇ ଥାଏ ବୋଲି ଡନ୍‌ ଖବର କାଗଜରେ ଇମ୍ରାନ୍‌ ଏଭଳି ମନ୍ତବ୍ୟର ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ବଲିଉଡ୍‌ ସହିତ ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରି ଜଡ଼ିତ ଥିଲା। ତେଣୁ ଏହାର ପରିଣାମ ସ୍ବରୂପ ଏକ ପ୍ରକାର ସଂସ୍କୃତିକୁ ନକଲ କରିବା ସହିତ ଏହାକୁ ଆପଣେଇ ନିଆଯାଇଥିଲା। ମାତ୍ର ଏବେ ପାରମ୍ପରିକ ଧାରାଠାରୁ ହଟି ନିଜର ପ୍ରତିଭାର ପରିଚୟ ଦେବାର ସମୟ ଆସିଛି ବୋଲି ଇମ୍ରାନ୍‌ ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପରାମର୍ଶ ଦେଇଛନ୍ତି। ଫିଲ୍ମ ନିର୍ମାତାମାନେ ବାସ୍ତବଧର୍ମୀ କାହାଣୀ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

Share