ପାକିସ୍ତାନୀ ଜେଲରେ କେତେଜଣ ଭାରତୀୟ କଏଦୀ ବନ୍ଦୀ ଅଛନ୍ତି, ସରକାରୀ ରେକର୍ଡ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୪।୭: ପାକିସ୍ତାନୀ ଜେଲରେ ବର୍ତ୍ତମାନ ସମୁଦାୟ ୩୦୮ ଜଣ ଭାରତୀୟ କଏଦୀ ବନ୍ଦୀ ରହିଛନ୍ତି, ଯାହାର ସୂଚନା ପାକିସ୍ତାନ ନିଜେ ଭାରତକୁ ଦେଇଛି। ପ୍ରକୃତରେ, ଶନିବାର ସ୍ବାକ୍ଷରିତ ଦ୍ୱିପାକ୍ଷିକ ଚୁକ୍ତିନାମା ମଧ୍ୟରେ ପାକିସ୍ତାନ ଭାରତୀୟ ହାଇ କମିଶନଙ୍କୁ ଏକ ତାଲିକା ହସ୍ତାନ୍ତର କରିଛି, ଯେଉଁଥିରେ ଶହବାଜ ସରକାର ୪୨ଜଣ ସାଧାରଣ ନାଗରିକ ଏବଂ ୨୬୬ଜଣ ମତ୍ସ୍ୟଜୀବୀଙ୍କ ସମେତ ମୋଟ ୩୦୮ଭାରତୀୟ କଏଦୀଙ୍କ ବିଷୟରେ ସୂଚନା ଦେଇଛନ୍ତି।

ଏହି ତାଲିକା ହସ୍ତାନ୍ତର କରିବା ସହିତ ବୈଦେଶିକ କାର୍ଯ୍ୟାଳୟ ଏହାର ସରକାରୀ ବିବୃତ୍ତିରେ କହିଛି ଯେ, ୨୦୦୮ ଦ୍ୱିପାକ୍ଷିକ ଚୁକ୍ତି ମଧ୍ୟରେ ପାକିସ୍ତାନ ଏହି ପଦକ୍ଷେପ ନେଇଛି। ବୈଦେଶିକ କାର୍ଯ୍ୟାଳୟ କହିଛି ଯେ, ଇସଲାମାବାଦରେ ଭାରତୀୟ ହାଇ କମିଶନଙ୍କୁ ଜେଲରେ ରଖାଯାଇଥିବା ୩୦୮ଜଣ ଭାରତୀୟ ବନ୍ଦୀଙ୍କ ତାଲିକା ପାକିସ୍ତାନ ସରକାର ହସ୍ତାନ୍ତର କରିଛନ୍ତି। ଏଥି ସହ ଭାରତ ସରକାର ଭାରତୀୟ ଜେଲରେ ଥିବା ପାକିସ୍ତାନୀ କଏଦୀଙ୍କ ତାଲିକାକୁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇ କମିଶନଙ୍କୁ ହସ୍ତାନ୍ତର କରିଛନ୍ତି।

ଭାରତ ଏହି ତାଲିକା ପାକିସ୍ତାନ ହାଇ କମିଶନଙ୍କୁ ଦେଇଛି। ତାଙ୍କ କହିବାନୁସାରେ, ମୋଟ ୪୧୭ ପାକିସ୍ତାନୀ କଏଦୀ ଭାରତୀୟ ଜେଲରେ ବନ୍ଦୀ ଅଛନ୍ତି, ସେଥିମଧ୍ୟରୁ ୩୪୩ଜଣ ସାଧାରଣ ନାଗରିକ ଏବଂ ୭୪ ଜଣ ମତ୍ସ୍ୟଜୀବୀ। ବନ୍ଦୀମାନଙ୍କ ତାଲିକା ଗ୍ରହଣ କରିବା ସହିତ ପାକିସ୍ତାନ ସରକାର ସେହି ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି।

 

Share