ଲୋକସେବା ଭବନରେ କେତେଟା ରାତି ଯାଏ ରୁହନ୍ତି ମୁଖ୍ୟମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୮ା୯:ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି।
ଜିଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କଡ଼ା ବାର୍ତ୍ତାରେ ସମ୍ବୋଧନ କରି ନିଜ କଥା କହି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛି । ଲୋକସେବା ଭବନରେ ରାତି ୧୨ଟା ଯାଏଁ ରହୁଛି । ଆମେ ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ । ଏମିତି କହି ମୁଖ୍ୟମନ୍ତ୍ରୀ ଜିଲାପାଳ ଓ ଏସ୍‌ପିଙ୍କୁ ତାଗିଦ୍ କରିଛନ୍ତି  ।
ଅପରାଧୀଙ୍କ ପାଇଁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ସହ  ମହିଳା ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ପାଇଁ କହିଛନ୍ତି । ମହିଳା ବିରୋଧୀ ଅପରାଧ ନେଇ ଜିଲାୱାରୀ ତଥ୍ୟ ମଧ୍ୟ ମାଗିଲେ । ସପ୍ତାହକ ମଧ୍ୟରେ ତଦନ୍ତ ଓ ଦଣ୍ଡବିଧାନ ତଥ୍ୟ ମାଗିଛନ୍ତି।
ଏହା ସହ କହିଛନ୍ତି  ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି କାର୍ଯ୍ୟାନୁଷ୍ଠାନ ହେବ । ଏହା ସହ ମହିଳା ବିରୋଧୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧ ଓ ଦଣ୍ଡ ସଂପର୍କିତ ତଥ୍ୟ ସପ୍ତାହକରେ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି।
ସେପଟେ ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାତି ୨ଟାରେ ଆସିଲେ ବି ଶୁଣିବାକୁ ପଡ଼ିବ ବୋଲି କହିଛନ୍ତି ସିଏମ । ନିଜ ସହ ଥାନାରେ ଘଟିଥିବା ଘଟଣାକୁ ଦୋହରାଇବା ସହ କହିଲେ ତ୍ରୁଟି ଥିଲେ ସୁଧାର । ଏହା ସହ ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ମଧ୍ୟ ଦେଲେ ଆହ୍ୱାନ ।
ଏହା ସହ ଭରତପୁର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଥାନାରେ ମହିଳାଙ୍କ ପ୍ରତି ଉଚିତ୍ ବ୍ୟବହାର କର । ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା ପରେ ମାମଲା ଦାଏର କରିବାକୁ କହିଛନ୍ତି । ଦିନ ହେଉ କି ରାତି ମାମଲା ତୁରନ୍ତ ଶୁଣିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ରାତି ସମୟରେ ଗଲେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ।
Share