Categories: ଜାତୀୟ

୩୭୦ ଅନୁଚ୍ଛେଦ ହଟିବା ପରେ ୨ ବର୍ଷରେ କେତେ ଜଣ ଜମ୍ମୁ-କଶ୍ମୀରରେ କିଣିଛନ୍ତି ଜମି, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୦।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ନିୟମ ପରିବର୍ତ୍ତନ ପରେ ବର୍ତ୍ତମାନ ରାଜ୍ୟ ବାହାରର ଯେ କୌଣସି ବ୍ୟକ୍ତି ଜମ୍ମୁ-କଶ୍ମୀରରେ ଜମି କିଣି ପାରିବେ। ମଙ୍ଗଳବାର ଦିନ ସରକାରଙ୍କୁ ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟରେ କେତେ ଜଣ ବାହାର ଲୋକ ଜମି କିଣିଛନ୍ତି ତାହାର ସୂଚନା ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉତ୍ତର ଦେଇଛନ୍ତି ଯେ ଅଗଷ୍ଟ ୨୦୧୯ଠାରୁ ଜମ୍ମୁ-କଶ୍ମୀରରେ କେବଳ ଦୁଇଜଣ ବାହାର ଲୋକ ଜମି କିଣିଛନ୍ତି। ବର୍ତ୍ତମାନ ଲୋକମାନେ କିମ୍ବା ସରକାର ଜମ୍ମୁ-କଶ୍ମୀରରେ ଜମି କିଣିବାରେ କୌଣସି ପ୍ରକାର କଠିନ ସମସ୍ୟାର ସମ୍ମୁଖୀନ ହେଉନାହାଁନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ,ଯେତେବେଳେ ଜାମ୍ମୁ କାଶ୍ମୀରରେ ଧାରା ୩୭୦, ୩୫-ଏ ଲାଗୁ ହୋଇଥିବା ସମୟରେ, ରାଜ୍ୟ ବାସିନ୍ଦା ବ୍ୟତୀତ ଅନ୍ୟ କୌଣସି ଲୋକ ଏଠାରେ ଜମି କିଣିବା ଲାଗି ଅନୁମତି ପ୍ରଦାନ କରାଯାଉ ଥିଲେ। ୨୦୧୯ ଅଗଷ୍ଟ ୫ରେ, ରାଜ୍ୟରୁ ଧାରା ୩୭୦କୁ ହଟାଇ ଦିଆଯିବା ପରେ ପୁରୁଣା ଆଇନ ଲୋପ ପାଇଛି।

Share