ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା

ଜାତିସଂଘ,୧୯ା୧୦:ଭାରତରେ ୨୩୪ ନିୟୁତର ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱର ୫ ସର୍ବାଧିକ ସଂଖ୍ୟକ ଦରିଦ୍ର ରହୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ ବୋଲି ଜାତିସଂଘର ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୟୁନାଇଟେଡ୍‌ ନେଶନ୍ସ ଡେଭେଲପ୍‌ମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଡିପି) ଏବଂ ଅକ୍ସଫୋର୍ଡ ପ୍ରଭର୍ଟି ଆଣ୍ଡ ହ୍ୟୁମ୍ୟାନ ଡେଭେଲପ୍‌ମେଣ୍ଟ ଇନିସିଏଟିଭ୍‌ ପକ୍ଷରୁ କରାଯାଇଥିବା ଅଧ୍ୟୟନ ରିପୋର୍ଟ ‘ଗ୍ଲୋବାଲ ମଲ୍ଟିଡାଇମେନ୍‌ଶନାଲ ପ୍ରଭର୍ଟି ଇଣ୍ଡେକ୍ସ’ ଗୁରୁବାର ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱରେ ମୋଟ ୧୧୦ କୋଟି ଲୋକ ଅତି ଦରିଦ୍ର। ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ଏଭଳି ଦେଶଗୁଡ଼ିକରେ ରହୁଛନ୍ତି, ଯେଉଁଠି ଯୁଦ୍ଧ, ଶାନ୍ତିଭଙ୍ଗ ଏବଂ/କିମ୍ବା କମ୍‌ ଶାନ୍ତି ରହିଛି।
ଭାରତର ୨୩୪ ନିୟୁତ ଲୋକ ଦରିଦ୍ର। ଅଧିକ ଦରିଦ୍ର ବସବାସ କରୁଥିବା ଅନ୍ୟ ୪ ରାଷ୍ଟ୍ର ହେଲା ପାକିସ୍ତାନ (୯୩ ନିୟୁତ), ଇଥିଓପିଆ (୮୬ ନିୟୁତ), ନାଇଜେରିଆ (୭୪ ନିୟୁତ) ଏବଂ କଙ୍ଗୋ ସାଧାରଣତନ୍ତ୍ର (୬୬ ନିୟୁତ)। ଏହି ୫ ଦେଶରେ ବିଶ୍ୱର ମୋଟ ଦରିଦ୍ରଙ୍କ ପ୍ରାୟ ଅଧା ଅର୍ଥାତ୍‌ ୪୮.୧ ପ୍ରତିଶତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ

ତେଲ୍‌ ଆଭିଭ୍‌,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍‌ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।...

ଚଳିତ ବର୍ଷ ଦ୍ୱିତୀୟଥର ରୁଷିଆ ଯିବେ ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮ା୧୦: ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରୁଷିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ଜୁଲାଇ...

ୟାହିୟା ସିନଓ୍ବାର କିଏ? ଅକ୍ଟୋବର ୭ ନରସଂହାର ପଛରେ ରହିଥିଲା ଯାହାଙ୍କ ହାତ, ହତ୍ୟା କରି ଇସ୍ରାଏଲ ନେଲା ପ୍ରତିଶୋଧ…

ଜେରୁଜେଲମ,୧୮।୧୦: ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ପଛରେ ଥିଲେ ହମାସ ମୁଖ୍ୟ ୟାହିୟା ସିନଓ୍ବାର। ଏହି ଆକ୍ରମଣରେ ୧୨୦୦ ଲୋକଙ୍କ ମୃତ୍ୟୁ...

ଭାରତ ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ପାକିସ୍ତାନ, ନଓ୍ବାଜ ସରିଫ କହିଲେ ପୁରୁଣା କଥା ଛାଡି ନୂଆ ଆରମ୍ଭ କର

ଇସଲାମାବାଦ,୧୮।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଭାରତ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ...

କିଏ ସମ୍ଭାଳିବେ ହମାସର ଗୁରୁ ଦାୟିତ୍ୱ? ଲିଷ୍ଟରେ ରହିଛି ଏହି ନେତାଙ୍କ ନାମ

ତେଲ ଅଭିଭ,୧୮।୧୦: ଅକ୍ଟୋବର ୭, ୨୦୨୩ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ନେତୃତ୍ୱ ନେଇଥିବା ହମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ଗତକାଲି (ଅକ୍ଟୋବର ୧୭) ହତ୍ୟା...

ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ…

ମୁମ୍ବାଇ/ବେଜିଂ,୧୮।୧୦: ମୁମ୍ବାଇରେ ତାଇୱାନର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର (ଟିଇସିସି)ର ନିକଟରେ ସ୍ଥାପିତ କାର୍ଯ୍ୟାଳୟକୁ ନେଇ ଚାଇନା ଭାରତ ସହ କୂଟନୈତିକ ବିରୋଧ କରିଛି।...

କାଲି ଶେଷ ହେବ ଯୁଦ୍ଧ! ନେତାନ୍ୟାହୁଙ୍କ ବଡ ଘୋଷଣା, ହମାସ ସାମ୍ନାରେ ରଖିଲେ ବଡ଼ ସର୍ତ୍ତ

ତେଲ ଅଭିଭ,୧୮।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବଡ଼ ଘୋଷଣା କରିଛନ୍ତି। ହମାସର ନେତା ୟାହିୟା ସିନୱାରଙ୍କ ହତ୍ୟା ପରେ ସେ ଗାଜାବାସୀଙ୍କୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri