ରୁଷିଆର ୨୫ ଶହରୁ ଅଧିକ ସେନାଙ୍କୁ ନିହତ କଲାଣି ୟୁକ୍ରେନ୍‌!

କ୍ୱିଭ,୯ ।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସରୁ ଅଧିକ ସମୟ ହୋଇଥିଲେ ବି ଅନୁମାନ କରାଯାଉଥିଲା ରୁଷିଆ ମେ’ ୯ରେ ଯୁଦ୍ଧ ସମାପ୍ତି ଘୋଷଣା କରିବ । ହେଲେ ସେମିତି କିଛି ଘଟିଲା ନାହିଁ । ସେପଟେ ୟୁକ୍ରେନ୍ ଏବେ ଦାବି କରିଛି ଯେ ଯୁଦ୍ଧରେ ସେ ରୁଷିଆର ୨୫୬୫୦ ସେନାଙ୍କୁ ନିହତ କଲାଣି । ୟୁକ୍ରେନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି ଏହି ଦାବି କରାଯାଇଛି । ୟୁକ୍ରେନ୍ ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବିକ ରୁଷିଆର ଯୁଦ୍ଧରେ ଏବେ ପର୍ଯ୍ୟନ୍ତ ୧୯୯ ଏୟାରକ୍ରାପ୍ଟ, ୧୫୮ ହେଲିକପ୍ଟର, ୧୧୪୫ ଟ୍ୟାଙ୍କ, ୩୭୭ୟୁଏବି ଅପରେଶନାଲ, ୪୧ ସ୍ପେଶାଲ ଇକ୍ୟୁପମେଣ୍ଟସ୍ ଓ ୧୯୭୦ ବାହନ ଫୁଏଲ ଟ୍ୟାଙ୍କ ନଷ୍ଟ ହୋଇଛି । ସୂଚନାଯୋଗ୍ୟ, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏମିତି ଟୁଇଟ୍ କରାଯାଇ ଯୁଦ୍ଧରେ ୟୁକ୍ରେନ୍ ସେନାଙ୍କ ଦ୍ୱାରା ରୁଷିଆର କ୍ଷୟକ୍ଷତିର ହିସାବ ଦିଆଯାଉଛି । ହେଲେ ଅଫିସିୟାଲି ଏହାର କୌଣସି ପ୍ରମାଣ ଦିଆଯାଉ ନାହିଁ ।

Share