ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ କେବେ ଭାରତୀୟ ଟ୍ରେନର ଏସି କୋଚ୍‌ରେ ଯାତ୍ରା କରିଥିବେ, ତେବେ ଆପଣ ଜାଣିଥିବେ ଯେ ଯାତ୍ରୀମାନଙ୍କୁ ବିନା ମୂଲ୍ୟରେ ତକିଆ, ଚାଦର ଏବଂ କମ୍ବଳର ସୁବିଧା ଦିଆଯାଇଥାଏ। ଆପଣ କେବେ ଚିନ୍ତା କରିଛନ୍ତି କି ଟ୍ରେନରେ ମିଳୁଥିବା ଏହି କମ୍ବଳ, ତକିଆ ଏବଂ ଚାଦର କେତେଥର ଏବଂ କେବେ ଧୂଆଯାଇଥାଏ?

ନିକଟରେ ଭାରତୀୟ ରେଳବାଇ ପକ୍ଷରୁ ଏକ ଆର୍‌ଟିଆଇର ଜବାବରେ ଏହି ପ୍ରଶ୍ନର ଉତ୍ତର ଦେଇଛି।
ରେଳବାଇଦ୍ୱାରା ଯାତ୍ରୀମାନଙ୍କ ସୁବିଧା ଲାଗି ତାଙ୍କୁ ବେଡ୍‌ରୋଲ୍‌ ପ୍ରଦାନ କରାଯାଇଥାଏ। ଏହା ଏସି କୋଚ୍‌ରେ ଦିଆଯାଇଥାଏ। ଏହା ବଦଳରେ ଯାତ୍ରୀମାନଙ୍କଠାରୁ କୌଣସି ଚାର୍ଜ ଆଦାୟ କରାଯାଇ ନ ଥାଏ। କିଛି ଟ୍ରେନ୍‌ରେ ଏସବୁ ସାମଗ୍ରୀ ଲାଗି ଦେୟ ଦେବାକୁ ପଡ଼ିଥାଏ। ଏହି ସୁବିଧା ସ୍ଲିପର କୋଚ୍‌ରେ ଦିଆଯାଇ ନ ଥାଏ। ଆସନ୍ତୁ ଆପଣଙ୍କୁ କହିବୁ ଯେ ରେଳବାଇ ଦ୍ୱାରା ଏହି ଚାଦର, କମ୍ବଳ ଏବଂ ତକିଆ କେବେ ଏବଂ କେତେଥର ଧୂଆ ଯାଇଥାଏ।

ନିକଟରେ ଜଣେ ବ୍ୟକ୍ତି ଆର୍‌ଟିଆଇ ଜାରି କରି ରେଳବିଭାଗକୁ ଏ ସମ୍ପର୍କରେ ପଚାରିଥିଲେ। ଜବାବରେ ବିଭାଗ କହିଥିଲା ଯେ ଯାତ୍ରା ପରେ ଏସବୁ ଧୂଆ ଯାଇଥାଏ। ହେଲେ କେବଳ କମ୍ବଳଗୁଡ଼ିକୁ ମାସରେ ଥରେ ଧୂଆ ଯାଇଥାଏ।

Share