Categories: ଜାତୀୟ

‘ଆପଣ କେତେଥର ପ୍ରେମ କରିଛନ୍ତି’

ନୂଆଦିଲ୍ଲୀ,୧୧।୨ : ‘ଆପଣ କେତେଥର ପ୍ରେମ କରିଛନ୍ତି’ ବୋଲି ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କରଙ୍କୁ ଶୁକ୍ରବାର କଂଗ୍ରେସ ଏମ୍‌ପି ପ୍ରମୋଦ ତିଓ୍ବାରୀ ପ୍ରଶ୍ନ କରିବାରୁ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀ ଦଳ ନେତାଙ୍କ ଭାଷଣର କିଛି ଅଂଶକୁ ବାଦ୍‌ ଦେବା ପାଇଁ ଅଧ୍ୟକ୍ଷଙ୍କ ନିଷ୍ପତ୍ତି ବିରୋଧରେ ଆଲୋଚନା ବେଳେ ତିଓ୍ବାରୀ କହିଥିଲେ, ମଲ୍ଲିକାର୍ଜୁନ ଖାର୍ଗେ ଆପଣଙ୍କ ପ୍ରେମରେ ଏକ କବିତା ଲେଖିଛନ୍ତି। କବିତାରୁ ପ୍ରେମ ହୋଇଥାଏ ନା ପ୍ରେମରୁ କବିତା ବୋଲି ଧନ୍‌କର ପ୍ରଶ୍ନ କରିଥିଲେ। ଆପଣ କେତେଥର ପ୍ରେମ କରିଛନ୍ତି ବୋଲି ତିଓ୍ବାରୀ ଧନ୍‌କରଙ୍କୁ ପଚାରିଥିଲେ। ଯେହେତୁ ସମସ୍ତେ ଆପଣଙ୍କୁ ଭଲ ପାଉଛନ୍ତି, ତେଣୁ ବିରୋଧୀ ଦଳ ନେତା ଏକ କବିତା ଆବୃତ୍ତି କରିଛନ୍ତି ବୋଲି ତିଓ୍ବାରୀ କହିବାରୁ ଧନ୍‌କର କିଛି ଉତ୍ତର ନ ଦେଇ କେବଳ ହସିଥିଲେ।

Share