Husband-Wife Age Difference: ବିବାହ ସମୟରେ, ସୱାମୀ-ସ୍ତ୍ରୀ ମଧ୍ୟରେ ୧୦-୧୫ ବର୍ଷର ପାର୍ଥକ୍ୟ ସାଧାରଣ ଭାବରେ ବିବେଚନା କରାଯାଏ ଏବଂ ସ୍ବାମୀ ସ୍ତ୍ରୀଠୁ ବଡ ହେବା ଜରୁରୀ। କିନ୍ତୁ ଯଦି ଆମେ ବାସ୍ତବରେ ଦେଖିବା ଆମ ସମାଜରେ ଅନେକ ସଫଳ ଦମ୍ପତି ଅଛନ୍ତି ଯେଉଁଠି ପତ୍ନୀଙ୍କ ବୟସ ସ୍ବାମୀଙ୍କଠୁ ଅଧିକ। ତେଣୁ ଏଥିରେ ପ୍ରଶ୍ନ ଆସିବ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉଚିତ ବୟସ ଅନ୍ତର କେତେ ହେବା ଆବଶ୍ୟକ। ବିଜ୍ଞାନ ଅନୁଯାୟୀ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ହେବା ଜରୁରୀ।
Husband-Wife Age Difference ବିଜ୍ଞାନରେ ପୁରୁଷ ଏବଂ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଉଭୟଙ୍କ ବୟସ କେତେ ହେବା ଆବଶ୍ୟକ ଏନେଇ ଆଲୋଚନା କରିବା। ପୁରୁଷ ଏବଂ ମହିଳାମାନେ କେବଳ ନିଜ ଶରୀରରେ ହରମୋନ ପରିବର୍ତ୍ତନ ହେଲେ ହିଁ ଯୌନ ସମ୍ପର୍କ ରଖିବାକୁ ସକ୍ଷମ ହୋଇଥାନ୍ତି।
ମହିଳାଙ୍କ ଶରୀରରେ ହରମୋନର ପରିବର୍ତ୍ତନ ୭ ରୁ ୧୩ ବର୍ଷ ବୟସରେ ହୁଏ। ସେହିପରି ପୁରୁଷଙ୍କ ଏହି ପରିବର୍ତ୍ତନ ୯ ରୁ ୧୪ ବର୍ଷ ବୟସରେ ହୋଇଥାଏ। ଅର୍ଥାତ ଏହି ହରମୋନ ମହିଳାଙ୍କ ଶରୀରରେ ପୁରୁଷଙ୍କ ତୁଳନାରେ ଶୀଘ୍ର ହୋଇଥାଏ। ଏହି କାରଣରୁ ସେମାନେ ପୁରୁଷଙ୍କ ଅପେକ୍ଷା ଶୀଘ୍ର ଯୌନ ସମ୍ପର୍କ ରଖିବାକୁ ସକ୍ଷମ ହୋଇଥାନ୍ତି।
ହେଲେ ଏହି ହରମୋନାଲ ପରିବର୍ତ୍ତନର ମାନେ ନୁହେଁ ଯେ ଝିଅ କିମ୍ବା ପୁଅକୁ ଜଲଦି ବିବାହ କରିବାକୁ ହେବ। ବିଶ୍ବର ଅନେକ ଦେଶରେ ଶାରୀରିକ ସମ୍ପର୍କ ପାଇଁ ସର୍ବନିମ୍ନ ବୟସ ସ୍ଥିର କରାଯାଇଛି। ଏହି ବୟସ ୧୬ ରୁ ୧୮ ବର୍ଷ ମଧ୍ୟରେ। ଆମ ଦେଶରେ ମଧ୍ୟ ଯୌନ ସମ୍ପର୍କ ରଖିବା ପାଇଁ ବୟସ ୧୮ ରହିଛି।
Husband-Wife Age Difference ଅନେକ ଥର ମହିଳାମାନେ ଅନ୍ୟ ପୁଅମାନଙ୍କ ସହିତ ସମ୍ପର୍କ ରଖନ୍ତି କାରଣ ସେମାନଙ୍କର ସାଥୀ ସେମାନଙ୍କର ମାନସିକ, ଭାବପ୍ରବଣ ତଥା ଶାରୀରିକ ଆବଶ୍ୟକତାର ସଠିକ ଯତ୍ନ ନେବାକୁ ସକ୍ଷମ ନୁହଁନ୍ତି । ଆମ ଦେଶରେ ବିବାହ ପାଇଁ ସର୍ବନିମ୍ନ ବୟସ ଆଇନଗତ ଭାବରେ ସ୍ଥିର ହୋଇଛି। ଝିଅମାନଙ୍କର ବୟସ ୧୮ ବର୍ଷ ଏବଂ ପୁଅମାନଙ୍କର ବୟସ ୨୧ ବର୍ଷରେ ରଖାଯାଇଛି। ସେହି ଅନୁଯାୟୀ, ସୱାମୀ-ସ୍ତ୍ରୀଙ୍କ ବୟସରେ ତିନି ବର୍ଷର ବ୍ୟବଧାନ ଏଠାରେ ଆଇନଗତ ଭାବରେ ଗ୍ରହଣୀୟ।
ତେବେ ନିକଟରେ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବା ନେଇ ବେଶ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମୋଟ ଉପରେ, ପାରମ୍ପାରିକ ଭାବରେ ଭାରତୀୟ ସମାଜରେ ସୱାମୀ-ସ୍ତ୍ରୀଙ୍କ ବୟସରେ ୩ରୁ ୫ ବର୍ଷର ବ୍ୟବଧାନ ଗ୍ରହଣୀୟ। ସମାଜ ଏହା ମଧ୍ୟ କହିଛି ଯେ ଝିଅର ବୟସ ପୁଅଠାରୁ କମ ହେବା ଉଚିତ। କିନ୍ତୁ, ବେଳେବେଳେ ଏହି ବ୍ୟବଧାନ ୧୦ ରୁ ୧୫ ବର୍ଷ ମଧ୍ୟ ହୋଇଥାଏ। ପ୍ରସିଦ୍ଧ ଅଭିନେତା ଶାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତଙ୍କ ମଧ୍ୟରେ ପ୍ରାୟ ୧୫ ବର୍ଷର ବୟସ ବ୍ୟବଧାନ ଅଛି।