Categories: ବାଣିଜ୍ୟ

ଘରେ କେତେ ଟଙ୍କା ନଗଦ ରଖିପାରିବେ? ଜାଣନ୍ତୁ କ’ଣ କୁହେ ଆୟକର ବିଭାଗର ନିୟମ

ନୂଆଦିଲ୍ଲୀ,୨୦।୧୨: ଆୟକର ଚଢ଼ାଉରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଘରେ କୋଟି କୋଟି ଟଙ୍କାର ନଗଦ ରାଶି ରଖିଥିବା ଜଣାପଡ଼ୁଛି। ନିକଟରେ କଂଗ୍ରେସ ଏମ୍‌ପି ଧୀରଜ ପ୍ରସାଦ ସାହୁଙ୍କ କଥାକୁ ଉଦାହରଣସ୍ବରୂପ ନିଆଯାଇପାରେ। ତାଙ୍କ ନିକଟରୁ ବିଭାଗ ୩୫୧ କୋଟି ଜବତ କରିଥିଲା। ଏହାପରେ ଧୀରଜ ପ୍ରତିକ୍ରିୟା ରଖି ଟଙ୍କାଗୁଡ଼ିକ ତାଙ୍କର ଏବଂ ମଦ ଫ୍ୟାକ୍ଟି ସମ୍ବନ୍ଧୀୟ ବୋଲି କହିଥିଲେ। ଏହାପରଠାରୁ ପ୍ରଶ୍ନ ଉଠୁଛି ଯେ ଜଣେ ବ୍ୟକ୍ତି ନିଜ ପାଖରେ ଅଧିକରୁ ଅଧିକ କେତେ ଟଙ୍କା ରଖିପାରିବ। ତା ଛଡ଼ା ଘରେ ଟଙ୍କା ରଖିବାର ସୀମା ଏବଂ ବର୍ତ୍ତମାନ ଆୟକର ନିୟମ କ’ଣ ରହିଛି।
ଆୟକର ଅଧିନିୟମ ଅନୁଯାୟୀ ଘରେ କେତେ ଟଙ୍କା ଜଣେ ରଖିପାରିବ ସେନେଇ କୌଣସି ନିର୍ଦ୍ଧାରିତ ସୀମା ନାହିଁ। ହେଲେ ଚଢ଼ାଉ ସମୟରେ ତାଙ୍କ ନିକଟରେ ଟଙ୍କା ନିଜର ବୋଲି ପ୍ରମାଣ ରହିବା ଗୁରୁତ୍ୱପୂର୍ଣ୍ଣ। ଆୟରୁ ଅଧିକ ଧନ ନଚେତ ନଗଦ ଟଙ୍କା ମିଳିଲେ ଜରିମାନା ଲାଗିପାରେ। ଆୟକର ବିଭାଗର ମୋଟ ଟଙ୍କାର ୧୩୭% ଜରିମାନା ଲଗାଇବାର ଅଧିକାର ରହିଛି।
କିଛି ନିୟମକୁ ଧ୍ୟାନରେ ରଖିବେ:-
ଲୋନ କିମ୍ବା ଜମା ଲାଗି ୨୦୦୦୦ ଟଙ୍କା ନଚେତ ଅଧିକ ନଗଦ ଟଙ୍କା ସ୍ବୀକାର ନୁହେଁ। ଆୟକର ବିଭାଗ ଏହା ଉପରେ ପ୍ରତିବନ୍ଧକ ଲଗାଇଛି। ଜଣଙ୍କୁ ୫୦,୦୦୦ରୁ ଅଧିକ ଟଙ୍କା ଜମା ନଚେତ ଉଠାଣ ଲାଗି ପ୍ୟାନ୍‌ ନମ୍ବର ଜମା କରିବାକୁ ପଡ଼ିଥାଏ। ୩୦ ଲକ୍ଷ ଟଙ୍କାରୁ ଅଧିକ ନଗଦ-ଆଧାରିତ ସମ୍ପତ୍ତି ନେଣଦେଣ ଉପରେ ଆପଣ ତଦନ୍ତ ପରିସରକୁ ଆସିପାରନ୍ତି।
Share