ବିଜୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ସାଉଥ୍‌ ସିନେମାର ପ୍ରସିଦ୍ଧ ଅଭିନେତା ଥଲାପଥି ବିଜୟ କେବଳ ତାଙ୍କର ଫିଲ୍ମ ପାଇଁ ନୁହେଁ ବରଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା। ଗତ ବର୍ଷ ମୁକ୍ତିଲାଭ କରିଥିବା ବିଜୟଙ୍କ ଫିଲ୍ମ ‘ମାଷ୍ଟର’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ବିଜୟଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୪୧୦ କୋଟି ଟଙ୍କା। ଦୁଇ ଦଶନ୍ଧିର ଫିଲ୍ମ କ୍ୟାରିୟରରେ ବିଜୟ ପ୍ରାୟ ୬୪ଟି ଫିଲ୍ମରେ କାମ କରିଛନ୍ତ। ୨୦୧୯ ମସିହାରୁ ବିଜୟଙ୍କ ଆୟ ବୃଦ୍ଧି ପାଇଛି ଏବଂ ସେ ବାର୍ଷିକ ପ୍ରାୟ ୧୦୦-୨୦୦ କୋଟି ଟଙ୍କା ରୋଜଗାର କରୁଛନ୍ତି।
ବିଜୟଙ୍କ ଏହି ଆୟ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ଫିଲ୍ମ ଏବଂ ଅନ୍ୟାନ୍ୟ ଉତ୍ସକୁ କରି ଗଣନା କରାଯାଇଛି। ଚେନ୍ନାରେ ତାଙ୍କର ଏକ ବିଳାଶପୂର୍ଣ୍ଣ ବଙ୍ଗଳା ରହିଛି। ବିଜୟଙ୍କ ବିଳାସପୂର୍ଣ୍ଣ ଗାଡି ବିଷୟରେ କହିବାକୁ ଗଲେ ବିଜୟଙ୍କର ୨.୫ କୋଟି ଟଙ୍କା ମୂଲ୍ୟର ରୋଲ୍ସ ରୟାଲ୍ସ ଘୋଷ୍ଟ ସମେତ ଏକରୁ ଅଧିକ ବିଳାସପୂର୍ଣ୍ଣ ଗାଡି ଅଛି। ବିଏମ୍‌ଡବ୍ଲ୍ୟୁର ଏକ୍ସ୫ ଏବଂ ଏକ୍ସ୬, ଅଡିର ଏ୮ଏଲ୍‌ ଏବଂ ମର୍ସିଡିଜ-ବେଞ୍ଜ ଜିଏଲ୍‌ଏ ସାମିଲ ଅଛି।
ବିଜୟ ଖୁବ ଶୀଘ୍ର ‘ବିଷ୍ଟ’ରେ ନଜର ଆସିବେ। ଏହି ଫିଲ୍ମଟି ଏପ୍ରିଲ ୧୩ରେ ରିଲିଜ ହେବ। ଫିଲ୍ମରେ ପୂଜା ହେଗଡେ ବିଜୟଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।

Share